ଆଇଜ୍ ଓ ଏସ୍. ପିକଚର୍ସ ନିବେଦିତ ଏବଂ ପ୍ରସନ୍ନ ଦ୍ୱିବେଦୀ ଓ ସୁଧାକର ବସନ୍ତ ପ୍ରଯୋଜିତ ନୂଆ ଚଳଚିତ୍ର ‘ସଲାମ ଭୁବନେଶ୍ୱର’ର କାହାଣୀ ପରିକଳ୍ପନା ସହ ଅଭିନୟ ଓ ନୃତ୍ୟ ନିଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଅତୀତରେ ‘ଅରୁନ୍ଧତୀ’ ଓ ‘ଲଭ୍ ଫିଭର’ ପରି ସିନେମାର ନାୟକ ସାଜିଥିବା ରାଜବୀର ‘ସଲାମ ଭୁବନେଶ୍ୱର’ର ନାୟକ ହୋଇଛନ୍ତି । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ମଡେ଼ଲ ତଥା ନବାଗତ ଅଭିନେତ୍ରୀ ଅନିଶା । ‘ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍’ ଓ ‘ମତେ ନିଃଶ୍ୱାସରେ ରଖିଦେଲୁ ଯଉଁଦିନୁ, ମୁଁ କାହା କଥା ଭାବିନି ସେଇଦିନୁ ।’ ଏମିତି କିଛି ରୋମାଣ୍ଟିକଗୀତ ରହିଛି ।
ଭୁବନେଶ୍ୱର ପୋଲିସ କାହାକୁ ଭଲ ବାଟକୁ ତ ଆଉ କାହାକୁ ଖରାପ ବାଟକୁ ନେଉଛନ୍ତି । ଏହାର କାହାଣୀରେ ହିନ୍ଦୁ ଓ ମୁସଲିମ ଭିତରେ ବନ୍ଧୁତା ପ୍ରତିଫଳିତ ହେଉଛି । ଫିଲ୍ମରେ ୯ଟି ଫାଇଟ ଶଟ ରହିଛି । କାହାଣୀରେ ନାୟକ ଜଣେ ଗ୍ୟାଙ୍ଗଷ୍ଟର, ସେ ଅପରାଧିକ କାର୍ଯ୍ୟରୁ ନିବୃତ ହେଇ ଭଲ ମଣିଷ ହେଉଛି । ହେଲେ ପୋଲିସ ତାଙ୍କୁ ବାଧ୍ୟ କରୁଛି ଯେ, ସେ ପୁଣି ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହୁଅନ୍ତୁ । ସେ ଖରାପ ବାଟ ଆପଣାଉଛି । ଏହା ଭିତରେ ତା’ ଜୀବନ ସହ ଯୋଡ଼ି ହୋଇ ଯାଉଛି ଜଣେ ସମ୍ଭ୍ରାନ୍ତ ପରିବାରର ଝିଅ । ତାକୁ ଗ୍ୟାଙ୍ଗଷ୍ଟର କାମରୁ ଭଲ ବାଟକୁ ଆଣିବା ପାଇଁ ତାଙ୍କୁ ପ୍ରେମ କରୁଛି । ସେଇ ଝିଅ ସହ ପ୍ରେମସମ୍ପର୍କ ଗଢ଼ିଉଠିବା ପରେ କାହାଣୀର ନାୟକ ଭଲବାଟକୁ ଫେରିଆସୁଛନ୍ତି ।
Powered by Froala Editor
