ଅର୍ଚ୍ଚନା ନାଗ ଫାଶରେ ୩ ମନ୍ତ୍ରୀ ବି ସାମିଲ: ବାବୁ ସିଂ

ଅର୍ଚ୍ଚନା ନାଗ ଫାଶରେ ୩ ମନ୍ତ୍ରୀ ବି ସାମିଲ: ବାବୁ ସିଂ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଏବେ ଅର୍ଚ୍ଚନା ନାଗର କେଳେଙ୍କାରୀ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି ।  ତେବେ  ଅର୍ଚ୍ଚନା ନାଗ ଫାଶରେ ଏବେ ୨୫ରୁ ଅଧିକ ନେତା ଥିବା ଚର୍ଚ୍ଚା ହେଉଛି ।   ସମ୍ପୃକ୍ତ ୨୫ ନେତାଙ୍କ ମଧ୍ୟରେ ୧୮ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି ।  ୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।  ତେବେ ସବୁଠାରୁ ବଡ଼ କଥା ହେଲା ଯେ ଅର୍ଚ୍ଚନାର ନାଗ ଫାଶରେ ୩ ମନ୍ତ୍ରୀ ବି ପଡ଼ିଥିବା ଅଭିଯୋଗ ହୋଇଛି । ବିଜେପିର ବରିଷ୍ଠ ନେତା ବାବୁ ସିଂ ଏଭଳି ଅଭିଯୋଗ କରିଛନ୍ତି ।  ସେ କହିଛନ୍ତି ଯେ ୧୮ରୁ ଅଧିକ ବିଧାୟକଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ବି ଅଛନ୍ତି ।  ଅର୍ଚ୍ଚନାଙ୍କ ଘରକୁ ଶାସକ ଦଳର ବହୁ ଯୁବ ନେତା ଯାଉଥିଲେ ।  ଶାସକ ଦଳ ସାମିଲ ଥିବାରୁ ପୁଲିସ ଜାଣିଶୁଣି ଘଣ୍ଟ ଘୋଡ଼ାଉଛି ।  ଅର୍ଚ୍ଚନାର ସ୍ୱାମୀ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହିଛନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।
ତେବେ ଏତେ ସଂଖ୍ୟକ ନେତା ସାମିଲ ଥିବାରୁ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି ।  ପୁଲିସର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କାହିଁକି ଅର୍ଚ୍ଚନାକୁ ପୁଲିସ ତରବରିଆଭାବେ ଗିରଫ କଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ତରବରିଆଭାବେ ଗିରଫ କରି ଜେଲ ପଠାଇବାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଅର୍ଚ୍ଚନାକୁ ଗିରଫ ପରେ ବି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ନେଇ ବି ପୁଲିସର ଭୂମିକା ସନେ୍ଦହଘେରରେ ।  ରିମାଣ୍ଡରେ ଆଣି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ପୀଡ଼ିତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଉନଥିବାରୁ ପ୍ରଶ୍ନ ଉଠିଛି ।  କାହା ଚାପରେ ପୁଲିସ ଚେପା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Powered by Froala Editor