ବାରିପଦା: ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ୟ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ । ପର୍ୟ୍ୟଟକମାନେ ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ ।
ପିଠାବଟା ଫାଟକ ଦେଇ ପ୍ରତିଦିନ ୨୫ଟି ଏବଂ କାଳିଆଣି ଦେଇ ୩୫ଟି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର ସୂଚନା ଦେଇଛନ୍ତି । ଅଭୟାରଣ୍ୟ ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ୟ୍ୟଟକମାନେ ଅଗ୍ରୀମ ଦେୟ ପୈଠକରି ଆରକ୍ଷଣ କରିବାକୁ ପଡ଼ିବ । ସେହିପରି ଅଭୟାରଣ୍ୟକୁ ପ୍ଲାଷ୍ଟିକ, ପଲିଥିନ୍ ନେବାରେ କଟକଣା ଜାରି କରାଯାଇଛି । ପର୍ୟ୍ୟଟକଙ୍କ ସୁବିଧା ପାଇଁ ଗାଇଡ୍ର ବ୍ୟବସ୍ଥା ହୋଇଛି ।
Powered by Froala Editor
