ଭୁବନେଶ୍ୱର: ପୁଣି ୩୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ତହସିଲଦାର ଓ ବିଡିଓ ସ୍ତରର ଅଫିସରଙ୍କୁ ବଦଳି କରାଯାଇଛି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ଜଣ ଏବଂ ପଂଚାୟତିରାଜ ବିଭାଗ ପକ୍ଷରୁ ୧୫ଜଣ ଓଏଏସ୍ ଅଫିସରଙ୍କ ବଦଳି ନିର୍ଦ୍ଦେଶ ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଓଏଏସ୍ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ଜଗତସିଂହପୁର ଡେପୁଟି ଜିଲ୍ଲାପାଳ, ପଦ୍ମନାଭ ପୁରୋହିତଙ୍କୁ ଭଟଲି ତହସିଲଦାର, ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ଟାଙ୍ଗି-ଚୌଦ୍ୱାର ତହସିଲଦାର, ଅଚ୍ୟୁତାନନ୍ଦ ନାଜିଙ୍କୁ ଭଞ୍ଜନଗର ତହସିଲଦାର, ମୁରଲୀଧର ଉର୍ମଲଙ୍କୁ ଲଇକେରା ତହସିଲଦାର, ଶକ୍ତି ମହାପାତ୍ରଙ୍କୁ କୋଟପାଡ଼ ତହସିଲଦାର, ବସନ୍ତ କୁମାର ସାହାଣୀଙ୍କୁ ସୋର ତହସିଲଦାର ଓ ମଧୁସୂଦନ ନାୟକଙ୍କୁ କାଶୀନଗର ତହସିଲଦାର ଭାବେ ବଦଳି କରାଯିବା ସମେତ ମୋଟ ୨୦ଜଣ ଓଏଏସଙ୍କୁ ବଦଳି କରାଯାଇଛି ।
ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କରୁଣାକର ଧିଣ୍ଡାଙ୍କୁ ସୋର ବିଡିଓ, ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ବାଲିଆପାଳ ବିଡିଓ, ଦୀନମଣୀ ନାଏକଙ୍କୁ ବସ୍ତା ବିଡିଓ, ଜ୍ଞାନରଞ୍ଜନ ସାହୁଙ୍କୁ ନୀଳଗିରି ବିଡିଓ, ଅଭିଷେକ ଦାଶଙ୍କୁ ଔପଦା ବିଡିଓ, ସୁରେନ୍ଦ୍ର ମେହେରଙ୍କୁ ଦେଓଗାଁ ବିଡିଓ, ସୁଚିତ୍ରା ମୁର୍ଗିଙ୍କୁ କର୍ଲାମୁଣ୍ଡା ବିଡିଓ, ଶିବପ୍ରସାଦ ପଟ୍ଟନାୟକଙ୍କୁ ନବରଙ୍ଗପୁର ବିଡ଼ିଓ, ଲୋଚନ ଦାସଙ୍କୁ ସତ୍ୟବାଦୀ ବିଡିଓ, ପବିତ୍ର କୁମାର ବେହେରାଙ୍କୁ କଣାସ ବିଡିଓ, ପ୍ରଭାତୀ ଝୋଡ଼ିଆଙ୍କୁ ରାମନାଗୁଡ଼ା ବିଡିଓ, ଦୁର୍ଗାଚରଣ ମୁର୍ମୁଙ୍କୁ କଙ୍କାଡ଼ାହାଡ଼ ବିଡିଓ, ସୁଧୀର ସିଂଙ୍କୁ କେ.ନୂଆଗାଁ ବିଡିଓ, ତପନ କୁମାର ସେନାପତିଙ୍କୁ ମୟୂରଭଞ୍ଜ ଜିଲ୍ଲାର ଜିବିନଗର ବ୍ଲକ ବିଡିଓ ଓ ପ୍ରେମାନନ୍ଦ ବେହେରାଙ୍କୁ ରରୁଆଁ ବିଡିଓ ଭାବେ ବଦଳି କରାଯାଇଛି ।
Powered by Froala Editor
