କୋଇଲାଖଣିରେ ବିସ୍ଫୋରଣରେ ଚାଲିଗଲା ୨୫ଜୀବନ

କୋଇଲାଖଣିରେ ବିସ୍ଫୋରଣରେ ଚାଲିଗଲା ୨୫ଜୀବନ

ରାଜ୍ୟ ଖବର

ଅଙ୍କାରା: ତୁର୍କୀର ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍‌ ପ୍ରଦେଶସ୍ଥିତ ଗୋଟାଏ କୋଇଲାଖଣିରେ ବିସ୍ଫୋରଣ ଘଟି ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଘଟିଲା ବେଳେ ଖଣିରେ ସମୁଦାୟ ୧୧୦ଜଣ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ କେତେକ ନିଜେ ନିଜେ ବାହାରି ଆସିଛନ୍ତି; ଆଉ କେତେକଙ୍କୁ ଉଦ୍ଧାର କରାଯାଇଛି । ଖଣି ଭିତରେ ଭୂଗର୍ଭର ୧୦୦୦ରୁ ୧,୧୫୦ ଫୁଟ୍ ଅଭ୍ୟନ୍ତର‌ର ଦୁଇଟି ପୃଥକ୍‌ ଅଞ୍ଚଳରେ ୪୯ଜଣ ଶ୍ରମିକ ଫସି ରହିଛନ୍ତି।‘ଫାୟାର୍‌ଡ୍ୟାମ୍ପ୍‌’ (ଖଣିରେ ଥିବା ମିଥେନ୍‌ ବାଷ୍ପ) ବିସ୍ଫୋରଣ ଯୋଗୁଁ ସନ୍ଧ୍ୟା ପ୍ରାୟ ୬.୧୫ରେ ବିସ୍ଫୋରଣ ଘଟିଛି। କିନ୍ତୁ, ବିସ୍ଫୋରଣ ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ିନାହିଁ।ସ୍ବାସ୍ଥ୍ୟମନ୍ତ୍ରୀ ଫରେତ୍ତିନ୍‌ କୋକା ଟୁଇଟ୍‌ କରି ଲେଖିଛନ୍ତି ଯେ, ଖଣି ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଥିବା ୧୧ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ରାଷ୍ଟ୍ରପତି ରେସିପ୍‌ ତାଇପ୍‌ ଏର୍‌ଗନ୍‌ କହିଛନ୍ତି, ବାକି ସମସ୍ତ କାର୍ୟ୍ୟକ୍ରମ ସ୍ଥଗିତ ରଖି ସେ ଆଜି ବିମାନଯୋଗେ ଘଟଣାସ୍ଥଳକୁ ଯିବ‌େ। ଟୁଇଟ୍‌ କରି ସେ ଲେଖିଛନ୍ତି, ଆଶା କରେ ମୃତ୍ୟୁସଂଖ୍ୟା ଆଉ ବୃଦ୍ଧି ପାଇବ ନାହିଁ, ଆମ ଖଣି ଶ୍ରମିକମାନେ ଜୀବନ୍ତ ଉଦ୍ଧାର ହେବେ।

Powered by Froala Editor