ଧାମନଗର ଉପନିର୍ବାଚନ, ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ

ଧାମନଗର ଉପନିର୍ବାଚନ, ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ

ରାଜ୍ୟ ଖବର

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଥମେ ୧୧ତାରିଖ ଦିନ ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ନାମାଙ୍କନ ଦାଖଲ କରିଥିଲେ। ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ବିଦ୍ରୋହୀ ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।

ଏହାସହ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭନାରାୟଣ ସେଠୀ ଓ ପବିତ୍ରମୋହନ ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଯାଞ୍ଚ ହେବାକୁ ଥିବାବେଳେ ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି।  ତେବେ ବିଜେଡିର ବିଦ୍ରୋହୀ ଭାବେ ସ୍ୱାଧିନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ରଙ୍କ ଉପରେ ସମସ୍ତଙ୍କ ନଜର ରହୁଛି।  

Powered by Froala Editor