ଛତିଶଗଡ଼ ବିଧାନସଭାର ଉପବାଚସ୍ପତିଙ୍କ ଦେହାନ୍ତ

ଛତିଶଗଡ଼ ବିଧାନସଭାର ଉପବାଚସ୍ପତିଙ୍କ ଦେହାନ୍ତ

ବିଶେଷ ଖବର

ଛତିଶଗଡ଼ : ହୃଦ୍‌ଘାତ ଯୋଗୁଁ ଆଜି ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ ମନୋଜ ସିଂହ ମଣ୍ଡାୱୀଙ୍କର ଦେହାନ୍ତ ହୋଇଯାଇଥିବା କଥା ଦଳୀୟ ନେତାମାନେ କହିଛନ୍ତି। ଆଜି ସକାଳେ ହୃଦ୍‌ଘାତ ହେବା ପରେ ୫୮ ବର୍ଷିୟ ମଣ୍ଡାୱୀଙ୍କୁ ଚାରାମା ଗାଁରୁ ଧମତରୀ ସହରକୁ ନିଆଯାଇଥିଲା ବୋଲି ରାଜ୍ୟ କଂଗ୍ରେସ ‘କମ୍ୟୁନିକେସନ୍‌ ଉଇଙ୍ଗ୍‌’ର ମୁଖ୍ୟ ସୁଶୀଳ ଆନନ୍ଦ ଶୁକ୍ଳା କହିଛନ୍ତି।


କାଙ୍କେର୍‌ ଜିଲ୍ଲାର ଭାନୁପ୍ରତାପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ମଣ୍ଡାୱୀ ତିନି ଥର ବିଧାୟକ ହୋଇଥିବା ମଣ୍ଡୱୀ ଥିଲେ ବସ୍ତର ଅଞ୍ଚଳରୁ ଦଳର ପ୍ରମୁଖ ଜନଜାତି ନେତା। ୨୦୦୦ରୁ ୨୦୦୩ ପର୍ୟ୍ୟନ୍ତ ଅଜିତ ଯୋଗୀ ନେତୃତ୍ବାଧୀନ କଂଗ୍ରେସ ସରକାରରେ ସେ ରାଜ୍ୟ ଗୃହ ଓ କାରାଗାର ମନ୍ତ୍ରୀ ଥିଲେ।



Powered by Froala Editor