ଡିସେମ୍ବର ୨୭ରେ ପ୍ରସିଦ୍ଧ  ଧନୁଯାତ୍ରା

ଡିସେମ୍ବର ୨୭ରେ ପ୍ରସିଦ୍ଧ ଧନୁଯାତ୍ରା

ରାଜ୍ୟ ଖବର

ବରଗଡ଼: ଚଳିତ ବର୍ଷ ଧନୁଯାତ୍ରାରେ ଚୟନ ହେବେ କଂସ ମହାରାଜ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକା ସହ ଅନ୍ୟାନ୍ୟ କଳାକାରଙ୍କ ହେବ ଚୟନ। ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ।

କଂସ ଭୂମିକା ପାଇଁ ଆସନ୍ତା ୨୨ରୁ ୩୦ ତାରିଖ ଯାଏ କଳାକାରମାନ କରିପାରିବେ ଆବେଦନ। ନଭେମ୍ବର ୧୦ ତାରିଖ ସୁଦ୍ଧା କଂସ ଭୂମିକା ପାଇଁ ଚୟନ ହେବ। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ବରଗଡ଼ ଧନଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହି ସୂଚନା ଦେଇଛନ୍ତି।

Powered by Froala Editor