ଘରୋଇ ଉପାୟରେ ଏପରି କରନ୍ତୁ ଚୁଟି ସିଧା

ଘରୋଇ ଉପାୟରେ ଏପରି କରନ୍ତୁ ଚୁଟି ସିଧା

ବିଶେଷ ଖବର

ଭୁବନେଶ୍ୱର: ପୁରୁଷ ହୁଅନ୍ତୁ ବା ମହିଳା, ନିଜ ଚୁଟିକୁ  ନେଇ ସମସ୍ତେ ସଚେତନ। ବିଶେଷ କରି ମହିଳାମାନେ ଚୁଟିକୁ ନେଇ ବେଶି ଚିନ୍ତା କରନ୍ତି। ଗୋଟିଏ ବି ଚୁଟି ଛିଣ୍ଡିଲେ ସହି ପାରନ୍ତିନି। ଆଜିକାଲି ଅଧିକାଂଶ ଯୁବତୀଙ୍କର ପସନ୍ଦ ସିଧା ଚୁଟି। ହେଲେ ଯଦି ଆପଣଙ୍କର କର୍ଲ ଚୁଟି ତେବେ ପାର୍ଲରରେ ଷ୍ଟ୍ରେଟ୍‌ନିଂ କରିପାରିବେ। ହେଲେ ଏହା ବ୍ୟୟବହୁଳ। ତା ଛଡା ସାଇଡ୍‌ ଇଫେକ୍ଟ ବି ଏହାର ରହିଛି। ଆପଣ ଚାହିଁଲଷ ଘରେ ବସି ପ୍ରାକୃତିକ ଉପାୟରେ ବି ଚୁଟିକୁ ଷ୍ଟ୍ରେଟ୍‌ନିଂ କରପାରିବେ । କେମିତି ଘରେ ଚୁଟି ଷ୍ଟ୍ରେଟ୍‌ନିଂ କରିବେ ଜାଣନ୍ତୁ।

ନଡ଼ିଆ ରସ
ଚୁଟି ପାଇଁ ନଡ଼ିଆ ରସର ବ୍ୟବହାର ଅନେକ ଦିନରୁ ଚଳି ଆସୁଛି। ନଡିଆ ରସକୁ ଚୁଟରେ ଲଗାଇଲେ ଚୁଟି ସିଧା ହୋଇଥାଏ। ଗୋଟିଏ ଦିନ ବ୍ୟବହାର ପରେ ଆପଣ ଏହାର ଫଳ ଜାଣିପାରିବେ। ଏହାକୁ ଲଗାଇବା ଦ୍ୱାରା ଚୁଟି ସିଧା ତ ହେବ, ଚମକ ବି ବଢିଯିବ।

କ୍ଷୀର ଲଗାନ୍ତୁ
ଚୁଟି ସିଧା କରିବାର ଆଉ ଏକ ପ୍ରାକୃତିକ ଉପଚାର ହେଉଛି କ୍ଷୀର। ଯଦି ଆପଣଙ୍କ ପାଖରେ ନଡ଼ିଆ ରସ ନାହିଁ ତେବେ ଆପଣ କ୍ଷୀରକୁ ବ୍ୟବହାର କରିପାରିବେ। ଏହା ବ୍ୟତୀତ କ୍ଷୀର ଏକ ଭଲ ଡାଏ ସଲ୍ୟୁସନ ଯାହା ପ୍ରାକୃତିକ ଉପାୟରେ ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।

ଅଣ୍ଡାର ଧଳା ଅଂଶ
ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କେରାଟିନ ଟ୍ରିଟମେଣ୍ଟ କରିଥାନ୍ତି। ଏହା ଦ୍ୱାରା ଚୁଟିର ଚମକ ବଢିଥାଏ। ଅଣ୍ଡାର ଧଳାଅଂଶ ହେଉଛି ସବୁଠାରୁ ଭଲ ପ୍ରାକୃତିକ କେରାଟିନ ଟ୍ରିଟମେଣ୍ଟ। ଏହା ଚୁଟିକୁ ଖାଲି ସିଧା କରି ନ ଥାଏ, ଚୁଟିର ସାମଗ୍ରିକ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।

ଆଲୋଭେରା ବା ଘି କୁଆରୀ
ଆଲୋଭେରା ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ମଣିଷକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଲୋଭେରାର ଅବଦାନ ବି କିଛି କମ ନୁହେଁ। ଆଲୋଭେରା ସବୁଠାରୁ ଭଲ ହେୟାର କଣ୍ଡିସନର। ଆଲୋଭେରା ଜୁସ୍‌ରେ ରହିଛି ପ୍ରୋଟେୟୋଲାଟିକ ଏନ୍‌ଜାଇମ୍‌ ଯାହା ଖପୁରୀରେ ଥିବା ମୃତ କୋଷିକାକୁ ଜୀବନ୍ତ କରିବାରେ ସାହାଯ୍ୟ କରିଥାଏ।

ଅଲିଭ ଅଏଲ
ଅଲିଭ ତେଲ ଏକ ଭଲ ମଇଶ୍ଚରାଇଜର। ବିଭିନ୍ନ ପ୍ରକାର ଚୁଟି ଜନିତ ସମସ୍ୟାକୁ ଏହା ଦୂର କରିଥାଏ। ଡ୍ୟାନଡ୍ରପ୍‌, ଶୁଖିଲା ତଥା ପୋଡ଼ା ଦାମ, ରୁକ୍ଷ କେଶରେ ଅଲିଭ ଅଏଲକୁ ଅଳ୍ପ ଉଷୁମ କରି ଲଗାଇଲେ ଏହାର ଉପକାର ପାଇପାରିବେ।

ଉପକାରୀ ମହୁ
ଆଲୋଭେରା ପରେ ପ୍ରକୃତି ମା’ର ଆଉ ଏକ ମହାନ ଅବଦାନ ହେଉଛି ହନି ବା ମହୁ। ମୁଣ୍ଡ ତଥା ଚୁଟିର ବିଭିନ୍ନ ସମସ୍ୟାର ପ୍ରତିଷେଧକ ମହୁ। ମଇଶ୍ଚର ରୋକିବା ସହ ଚୁଟିକୁ ସିଧା କରିବାରେ ସାହାଯ୍ୟ କରିଥାଏ।

କଦଳି ଲଗାନ୍ତୁ
ଚୁଟି ସିଧା କରିବା ପାଇଁ ଆପଣ କଦଳି ବ୍ୟବହାର କରିପାରିବେ। ଏହା ଚୁଟିକୁ ନରମ ଓ କୋମଳ କରବା ସହ ଡ୍ୟାନଡ୍ରପ ବି ରୋକିଥାଏ । ଏହାବ୍ୟତୀତ କଦଳି ସହ ମହୁ, ନଡ଼ିଆ ଓ ଅଣ୍ଡାର ମିଶ୍ରଣକୁ ଭଲ କର ଫେଣ୍ଟି ଚୁଟିରେ ଲଗାନ୍ତୁ। ଉପକାର ଅନୁଭବ କରିପାରିବେ।

ଭାରି ଦରକାରୀ ଦହି
ଆଣ୍ଟି ଡାନଡ୍ରପ ଭାବେ ଅଧିକାଂଶ ଦହିକୁ ବ୍ୟବହାର କରିଥାନ୍ତି। ଏହା ବ୍ୟତୀତ ଚୁଟିରେ ଦହି ଲଗାଇଲେ ସିଧା ହେବା ସହ କୋମଳ ମଧ୍ୟ ହୋଇଥାଏ।ତେବେ ଆପଣଙ୍କୁ କହିରଖିବୁ, ଯଦି ଏହାକୁ ଲଗାଇଲେ ଆପଣଙ୍କର କୌଣସି ସାଇଡ୍‌ ଇଫେକ୍ଟ ଦେଖା ଦେଉଛି, ତୁରନ୍ତ ବ୍ୟବହାର କରିବା ବନ୍ଦ କରି ଦିଅନ୍ତୁ।



Powered by Froala Editor