ସଞ୍ଜିବ ଚୋପ୍ରାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି

ସଞ୍ଜିବ ଚୋପ୍ରାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି

ଜାତୀୟ ଖବର

ଭୁବନେଶ୍ୱର: ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ୍ ଆଇଏଏସ୍ ସଞ୍ଜିବ ଚୋପ୍ରାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ସେ କେନ୍ଦ୍ର ସରକାରରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ କାର୍ୟ୍ୟ କରିବେ । ପୂର୍ବରୁ ଶ୍ରୀ ଚୋପ୍ରାଙ୍କ ଆଇଏଏସ୍ ପତ୍ନୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିଲା ।
 ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୩୧ରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ ଆଇଏଏସ୍ ସୁଧାଂଶୁ ପାଣ୍ଡେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ଚୋପ୍ରା ଏହି ଦାୟିତ୍ୱ ତୁଲାଇବେ । ଶ୍ରୀ ଚୋପ୍ରା ଏବେ ଓଡ଼ିଶା ସରକାରରେ କୃଷି ଉତ୍ପାଦନ କମିଶନର ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ସେ ଗତ କିଛିମାସ ଧରି କେନ୍ଦ୍ର ସରକାରରେ ନିଯୁକ୍ତି ପାଇବା ନିମନ୍ତେ ଜୋରଦାର ପ୍ରୟାସ ଜାରି ରଖିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ସେପ୍ଟେମ୍ବର ୨୬ ତାରିଖରେ ଶ୍ରୀ ଚୋପ୍ରାଙ୍କ ଆଇଏଏସ୍ ପତ୍ନୀ ଓଡ଼ିଶା କ୍ୟାଡ଼ରର ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ରଞ୍ଜନା ଏବେ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ କାର୍ୟ୍ୟ କରୁଛନ୍ତି ।

Powered by Froala Editor