ନଭେମ୍ବରରେ ଫେରିବ କରୋନା !

ନଭେମ୍ବରରେ ଫେରିବ କରୋନା !

ଜାତୀୟ ଖବର

ନୂଆଦିଲ୍ଲୀ: କରୋନା ଭୂତାଣୁ ଓମାଇକ୍ରନ୍‌ ଭାରିଆଣ୍ଟର ବିଏ.୫ ସବ୍‌ଭାରିଆଣ୍ଟ ବିଶ୍ୱରେ ବ୍ୟାପିଯାଇଛି, ଯାହା କି ୭୬.୨% ସଂକ୍ରମଣ ପାଇଁ ଦାୟୀ । ସେହିଭଳି ଭାରତରେ ‘ଏକ୍ସବିବି’ ଭାରିଆଣ୍ଟ ଦ୍ରୁତ ଗତିରେ ମାଡ଼ିବାକୁ ଲାଗିଛି । ଏହାଯୋଗୁ ଆସନ୍ତା ୩-୪ ସପ୍ତାହ ମଧ୍ୟରେ ସଂକ୍ରମଣ ମାଡ଼ିପାରେ । ଏହାଦ୍ୱାରା ନଭେମ୍ବରରେ ନୂଆ କୋଭିଡ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଡାକ୍ତରଙ୍କ କହିବା କଥା ହେଉଛି ଏହି ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି କରିବ ସତ । କିନ୍ତୁ ଏହା ଲୋକଙ୍କ ପାଇଁ ବିପଜ୍ଜନକ ହେବା ସମ୍ଭାବନା ଅତ୍ୟନ୍ତ କମ୍‌ ।

ସାର୍ସ-କୋଭ-୨ କମିଟି ସହ ଜଡ଼ିତ ଜଣେ ବୈଜ୍ଞାନିକଙ୍କ ମୁତାବକ ବିଏ.୨.୭୫ ଭାରତରେ ଗତ ସପ୍ତାହେ ପର୍ୟ୍ୟନ୍ତ ପାଖାପାଖି ୯୮% ସଂକ୍ରମଣ ମାମଲା ପାଇଁ ଦାୟୀ ଥିଲା । କିନ୍ତୁ ଏବେ ‘ଏକ୍ସବିବି’ କାୟା ମେଲାଇବାରେ ଲାଗିଛି । ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ ୨୦ର ୩୦% ସଂକ୍ରମଣ ବଢ଼ାଇ ସାରିଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୯୪୦ ନୂଆ ମାମଲା ସାମ୍ନାକୁ ଆସିଛି ।

Powered by Froala Editor