ଆଜି ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜାତୀୟ ଖବର


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର(ଆଜି) ଉତ୍ତରାଖଣ୍ଡ ଗସ୍ତ କରିବେ। ସେ କେଦାରନାଥ ସ୍ଥିତ ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ। ପ୍ରଧାନମନ୍ତ୍ରୀ କେଦାରନାଥ ରୋପ-ୱେ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ସେ ଆଦିଗୁରୁ ଶଙ୍କରାଚାର୍ୟ୍ୟ ସମାଧି ସ୍ଥଳ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ମନ୍ଦାକିନୀ ଅଷ୍ଟପଥ ଓ ସରସ୍ୱତୀ ଅଷ୍ଟପଥର ବିକାଶ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିବେ ।
ଏଠାରୁ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯିବେ। ପ୍ରଧାନମନ୍ତ୍ରୀ ଶ୍ରୀ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ। ସେ ନଦୀତଟ ବିକାଶ କାର୍ୟ୍ୟର ପ୍ରଗତି ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମାନା ଗାଁରେ ରାସ୍ତା ଓ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେସେ ଆଗମନ ପ୍ଲାଜା ଓ ହ୍ରଦଗୁଡିକର ବିକାଶ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିବେ ।
କେଦାରନାଥ ରୋପ ୱେ ପ୍ରାୟ ୯.୭ କିଲୋମିଟରର ହେବ ଓ ଗୌରୀକୁଣ୍ଡ ଏବଂ କେଦାରନାଥକୁ ସଂଯୋଗ କରିବ । ଏହି ଦୁଇଟି ସ୍ଥାନକୁ ଯାତ୍ରା ପାଇଁ ଏବେ ୬ରୁ ୭ ଘଣ୍ଟା ସମୟ ଲାଗୁଥିବା ବେଳେ ରୋପୱେ ଦ୍ୱାରା ଏହି ଯାତ୍ରା ୩୦ ମିନିଟରେ ହୋଇପାରିବ । ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବକୁ ସଂଯୋଗ କରିବ । ଏହାର ଦୈର୍ଘ୍ୟ ୧୨.୪ କିଲୋମିଟର ରହିବ ଓ ଏହାଦ୍ୱାରା ପୂର୍ବରୁ ଦିନକରୁ ଅଧିକ ସମୟ ଲାଗୁଥିବା ଯାତ୍ରା ଅବଧି ଏବେ ମାତ୍ର ୪୫ ମିନିଟରେ ସୀମିତ ରହିବ ।

Powered by Froala Editor