ପବିତ୍ର ଧନତେରାସ ଉପଲକ୍ଷେ କରନ୍ତୁ ଏପରି, ମିଳିବ ଶୁଭଫଳ

ପବିତ୍ର ଧନତେରାସ ଉପଲକ୍ଷେ କରନ୍ତୁ ଏପରି, ମିଳିବ ଶୁଭଫଳ

ବିଶେଷ ଖବର

ଭୁବନେଶ୍ୱର: କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆଜି ଠାରୁ ଆରମ୍ଭ ହୋଇଛି ପାର୍ବଣର ପର୍ବ ଧନତେରାସ। ଏହି ଦିନରେ ଦୀପାବଳିର ପର୍ବ ଆରମ୍ଭ ହୋଇଯାଏ ମାନ୍ୟତା ରହିଛି। ଚଳିତ ବର୍ଷ ଧନତେରାସ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ପଡୁଛି। ଏହି ଦିନ କୁବେର ଦେବତା ଏବଂ ମହାଲକ୍ଷ୍ମୀଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଏହାଦ୍ୱାରା ଧନ-ସମ୍ପଦ ଆଶିର୍ବାଦ ପ୍ରାପ୍ତ ହୋଇଥାଏ। ଧନତେରାସ ଦିନ ଜିନିଷ କିଣିବାର ମଧ୍ୟ ବହୁତ ପ୍ରଚଳନ ରହିଛି। ଏହାସହ କିଛି ପୂଜା ବିଧି ରହିଛି ଯାହାକୁ ମାନିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ।

ଦୀପାବଳି ପର୍ବର ଶୁଭାରମ୍ଭ ହୋଇଥାଏ ଧନତେରାସ୍‌ ରୁ.. ତାରିଖ ଅନୁଯାୟୀ ଧନତେରାସ୍‌ ୨୩ ତାରିଖରେ ପଡ଼ୁଥିବା ବେଳେ ତିଥି ଅନୁଯାୟୀ ଆଜି ମାନେ ୨୨ ଅକ୍ଟୋବର ଶନିବାର ସନ୍ଧ୍ୟା ୬ଟା ପର ଠାରୁ ଆରମ୍ଭ ହୋଇଯିବ। ଏବେ ଠାରୁ ଆପଣ ଚାହିଁଲେ ଧନତେରାସ୍‌ ନିମିତ୍ତ ମାତା ଲକ୍ଷ୍ମୀଙ୍କ ପୂଜା କରିପାରିବେ। ଚଳିତ ଥର ଧନତେରାସ ରେ ଶୁଭ ସଂଯୋଗ ପଡ଼ୁଛି। ଏମିତିରେ ଏହାକୁ ଦୁଇ ଦିନ ଧରି ପାଳନ କରାଯିବ। ମନେ ରଖନ୍ତୁ ତିଥି ଅନୁସାରେ ଧନତେରାସ୍‌ ପୂଜା ଶନିବାର ମାନେ ଆଜି ସନ୍ଧ୍ୟାରେ ପୂଜା କରିପାରିବେ।

ଏହିଦିନରୁ ସୁନା ଚାନ୍ଦି , ବାସନ , ଝାଡ଼ୁ ଆଦି କିଣିବା ଶୁଭ ମନାଯାଏ। ଏମିିତିରେ ଆପଣ ଆଜି ସନ୍ଧ୍ୟା ପରେ ତୁଳସୀ ଗଛ ଓ ଅଶ୍ୱତ୍ଥ ଗଛରେ ଘିଅ ଦୀପ ଜାଳିପାରିବେ। ଏମିତିରେ ଖୁବ ଶୀଘ୍ର ଆପଣ ମନସ୍କାମନା ପୂର୍ଣ୍ଣ ହେବ। ଶନିବାର ହେତୁ ଶନିଙ୍କ ସହ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହେବ।

ସାଧାରଣତଃ ଆମ ହିନ୍ଦୁ ଧର୍ମରେ ଦୀପର ବେଶ ଗୁରୁତ୍ୱ ରହିଛି। ଏହାକୁ ଜଳାଇବା ଶୁଭ ମନାଯାଏ।ଭଗବାନଙ୍କୁ ପ୍ରସନ୍ନ କରିବା ସହିିିତ ନକାରାତ୍ମକ ଶକ୍ତିକୁ ହ୍ରାସ କରିବା ପାଇଁ ପ୍ରତିଦିନ ଘରେ ଦୀପ ଜଳାଯାଏ। କିନ୍ତୁ ଧନତେରାସ୍‌ ଉପଲକ୍ଷେ ଦୀପର ଉପାୟ ଘରକୁ ସୁଖ ସମୃଦ୍ଧି ଘେନି ଆଣେ।

ତେବେ ଘରର ମୁଖ୍ୟ ଦ୍ୱାର ରେ ଆପଣ ଘିଅ ଦୀପ ଜାଳିପାରିବେ । କାରଣ ଏଠାରେ ସମସ୍ତ ଖରାପ ଓ ଭଲ ଶକ୍ତିର ଯିବା ଆସିବା ହୋଇଥାଏ। ଦୀପ ଲଗାଇବା ଦ୍ୱାରା କେବଳ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିବ। ପରିବାର କୁ ଆଶିର୍ବାଦ ମିଳିବ। ଏହାବ୍ୟତିତ ଆପଣ ପୂଜା ଘରେ ମଧ୍ୟ ଦୀପ ଜଳାଇପାରିବେ। ଏମିତିରେ ମାତା ଲକ୍ଷ୍ମୀ ଓ ଗଣେଶ ପ୍ରସନ୍ନ ହେବେ।

ଅଶ୍ୱତ୍ଥ ଗଛ ମୂଳରେ ମଧ୍ୟ ଆଜି ଦୀପ ଲଗାଇବାକୁ ଆଦୈା ଭୁଲନ୍ତୁ ନାହିଁ। କାରଣ ଏଠାରେ ଦେବଗୁରୁ ବୃହସ୍ପତି ଙ୍କ ବାସ ଥାଏ। ଅନ୍ୟ ଦେବଦେବୀ ମଧ୍ୟ ଏଠାରେ ଆଶ୍ରୟ ନେଇଥାନ୍ତି। ତେଣୁ ଭାରତୀୟ ସଂସ୍କୃତି ରେ ଅଶ୍ୱତ୍ଥ ଗଛକୁ ମଙ୍ଗଳଦାୟକ ମନାଯାଏ। ଘରର ମଝିରେ ମଧ୍ୟ ଦୀପ ଲଗାନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ବୁଲି ପାରିବେ ନାହିଁ। ଏମିତି ଉପାୟରେ ଆପଣ ମାତା ଲକ୍ଷ୍ମୀ ଙ୍କ ସହିତ ଭଗବାନ ଗଣେଶ ଓ ପ୍ରଭୁ କୁବେର ଦେବଙ୍କ ଶୁଭାଶିର୍ବାଦ ପାଇପାରିବେ ।



Powered by Froala Editor