ବିଲ ଭିତରେ ଯୁବକଙ୍କ ମୃତ ଦେହ

ବିଲ ଭିତରେ ଯୁବକଙ୍କ ମୃତ ଦେହ

ରାଜ୍ୟ ଖବର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତାର ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଳାଯୋଡି ଗାଁର ଗଙ୍ଗାଧର ଦାସଙ୍କ ପୁଅ ନିହାର ଦାସ। ନିହାରଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ପଡ଼ିଛି।
ଗତକାଲି ସନ୍ଧ୍ୟାବେଳେ ନିହାର ଘର ବାହାରକୁ ଯାଇଥିଲେ। ରାତିରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋଲେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇଥିଲେ। ଆଜି ସକାଳେ ମଙ୍ଗଳାଯୋଡି ରାସ୍ତାର ବିଲ ଭିତରୁ ନିହାରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନିହାରଙ୍କ କିପରି ମୃତ୍ୟୁ ଘଟିଲା ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Powered by Froala Editor