କମ୍ପ୍ୟୁଟର କିମ୍ବା ମୋବାଇଲ୍ ସ୍କ୍ରିନ୍ ସାମ୍ନାରେ ସବୁବେଳେ ବସିବାକୁ ପଡ଼ୁଛି। ଯାହା ଆମକୁ ବହୁତ କ୍ଷତି ପହଞ୍ଚାଉଛି। କମ୍ପ୍ୟୁଟର ସ୍କ୍ରିନ୍ ଆଗରେ ଅଧିକ ସମୟ ବିତେଇବା ଦ୍ୱାରା ଅଧିକାଂଶ ଲୋକଙ୍କର ଆଖି ତଳ କଳା ପଡ଼ୁଥିବା ଦେଖାଯାଉଛି। ଏସବୁର କାରଣ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରୁ ବାହାରୁଥିବା ନୀଳ ରଶ୍ମୀ। ଯାହା ଆଖିକୁ କ୍ଷତି ପହଞ୍ଚାଉଛି।
କାହିଁକି କଳାପଡ଼େ ଆଖିତଳ : ଆଖି ତଳେ ଅର୍ବିକ୍ୟୁଲାରିସ୍ ଓକୁଲି ନାମକ ଏକ ପ୍ରକାରର ବୃତାକାର ମାଂସପେଶୀ ରହିଥାଏ। ଆଉ ବ୍ଲୁ ଲାଇଟ୍ ଏହାକୁ କ୍ଷତି ପବଞ୍ଚାଇ ଥାଏ। ଗ୍ୟାଜଟରୁ ବାହାରୁଥିବା ଆଲୋକ ଆଖିତଳ ଚର୍ମକୁ ଶୁସ୍କ କରିଦିଏ। ସେଥିପାଇଁ ଆଖି ପୋଡ଼ିବା, ଆଖିରେ ଲାଲ୍ ସିର ପଡ଼ିବା ସହିତ ଆଖି ବ୍ଯଥା ହେବା ଭଳି ସମସ୍ୟା ଦେଖାଯାଏ। ଦୃଷ୍ଟି ଶକ୍ତିକୁ କ୍ଷତି ପହଞ୍ଚିବାର ମଧ୍ୟ ଆଶଙ୍କା ରହିଥାଏ। ଏଥିପ୍ରିତି ଶତର୍କ ରହିଲେ ଏପରି ସମସ୍ୟାକୁ ଦୂରେଇ ଦେଇ ହେବ।
ଏଥିରୁ ବର୍ତ୍ତିବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା : ଆଖିର ଯତ୍ନ ନେବା ସହିତ କଳା ଦାଗରୁ ମୁକ୍ତି ପାଇବା ପାଇଁ ହେଲେ ଅଣ୍ଡର ଆଇ ରୁଟିନକୁ ଫଲୋ କରିବାକୁ ପଡ଼ିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମଶ୍ଚରାଇଜର। ଆଖି ତଳେ ଥିବା ଚର୍ମ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଅତି ଶୀଘ୍ର ଶୁଖିଯାଏ। ସେଥିପାଇଁ ମଶ୍ଚରାଇଜର ବ୍ୟବହାର କରିବା ନିହାତି ଜରୁରୀ।
ସେହିପରି ଭିଟାମିନ ଇ ପରିମାଣ ଅଧିକ ଥିବା ଅଣ୍ଡର ଆଇ ପ୍ରଡକ୍ଟସ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଆଖି ତଳେ ବାଦାମ ତେଲ ମାଲିସ କରିପାରିବେ। ଯେମିତି ଆଖି ତଳେ ଅଧିକ ଚାପ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବେ। ତେବେ ଆଖି ଭଳି ସମ୍ବେଦନଶୀଳ ଅଙ୍ଗରେ କୌଣସି ଔଷଧ କିମ୍ବା ପ୍ରାସାଧାନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ନିହାତ ଆବଶ୍ୟକ।
Powered by Froala Editor
