ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ

ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ

ରାଜ୍ୟ ଖବର


ସାନଖେମୁଣ୍ଡି, : ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ମଧୁରଝୋଳି ଗାଁଲୋକ ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ୨ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ଘଟଣା ପରେ କବିସୂର୍ୟ୍ୟନଗର ପୋଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିଥିଲେ। ପୋଲିସ ଏବେ ୯ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Powered by Froala Editor