ବଢୁଛି ତେଲ ଦର

ବଢୁଛି ତେଲ ଦର

ଜାତୀୟ ଖବର

ନୂଆଦିଲ୍ଲୀ:  ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବି ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ।  ବୁଧବାର ତୁଳନାରେ ଗୁରୁବାର ବେଣ୍ଟ କ୍ରୁଡ୍‌ ଅଏଲ୍‌ ଦର ୩ ପ୍ରତିଶତ ବୃଦ୍ଧି ଘଟିଛି । ଯାହା ଫଳରେ ଆମେରିକୀୟ ମୁଦ୍ରା ଡଲାର ମୂଲ୍ୟ ବି ଅପେକ୍ଷାକୃତ ହ୍ରାସ ପାଇଛି ।

ଗୁରୁବାର ବ୍ରେଣ୍ଟ ଅଶୋଧିତ ତୈଳ ଦର ୦.୩ ପ୍ରତିଶତ ବୃଦ୍ଧିପାଇ ବ୍ୟାରେଲ ପିଛା ୯୫.୯୪ ଡଲାରରେ ପହଞ୍ଚିଛି । ସେହିଭଳି ଆମେରିକାର ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମେଡିଏଟ୍‌  ଆଶୋଧିତ ତୈଳ ମୂଲ୍ୟ ମଧ୍ୟ ୦.୨ ପ୍ରତିଶତ ବୃଦ୍ଧିପାଇ ବ୍ୟାରେଲ ପିଛା ୮୮.୧୦ ଡଲାରରେ ପହଞ୍ଚିଛି । ବିଶ୍ବ ବଜାରରେ ତେଲର ଚାହିଦା ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବାରୁ ଆମେରିକା ଅଧିକ ପରିମାଣର ତେଲ ରପ୍ତାନୀ କରୁଛି । ଚାହିଦାକୁ ଆଖି ଆଗରେ ରଖି ଦାମ ମଧ୍ୟ ବୃଦ୍ଧି ପାଉଛି ।

ସାପ୍ତାହିକ ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରତିଦିନ ତୈଳ ରପ୍ତାନୀ ବୃଦ୍ଧିପାଇ ୫.୧ ମିଲିୟନ ବ୍ୟାରେଲରେ ପହଞ୍ଚିଛି । ଯାହାକି ଏକ ରେକର୍ଡ । ସେହିଭଳି ଗତ ସପ୍ତାହରେ ଆମେରିକାର ପ୍ରାୟ ୨.୬ ମିିଲିୟନ ବ୍ୟାରେଲ ଅଶୋଧିତ ତେଲ ଗଚ୍ଛିତ ରହିଛି । ତେବେ ଆଶ୍ବସ୍ତିକର କଥା ହେଉଛି ଡଲାର ମୂଲ୍ୟ ହ୍ରାସ ପାଇବା ଫଳରେ ବଜାରରେ ଅଶୋଧିତ ତୈଳ ଦର କମିବାର ସମ୍ଭାବନା ଅଧିକ । ତଣୁ ଅନ୍ୟ ଦେଶମାନେ କମ ଦାମରେ କ୍ରୁଡ୍‌ ଅଏଲ ପାଇପାରିବେ ।

Powered by Froala Editor