ଧାମନଗର ଉପନିର୍ବାଚନ  : ଏମିତି ଚେତାବନୀ ଦେଲେ ସିଇଓ

ଧାମନଗର ଉପନିର୍ବାଚନ : ଏମିତି ଚେତାବନୀ ଦେଲେ ସିଇଓ

ରାଜ୍ୟ ଖବର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିକୁ ନେଇ ମୁଖ୍ୟ ନିର୍ବାଚନ କମିଶନର କଠୋର ହୋଇଛନ୍ତି। ରାଜନୈତିକ ଦଳ ଓ କର୍ମୀ ଆଦର୍ଶ ଆଚରଣ ବିଧି ମାନନ୍ତୁ ନଚେତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିଇଓ ଚେତାବନୀ ଦେଇଛନ୍ତି।

ଭୋଟର ମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା ଏହା  ଭୋଟ ଦେବା ସମୟରେ ଲୋକଙ୍କୁ ପ୍ରଭାବିତ କରିବ। ଏଥିରୁ  ରାଜନୈତିକ ଦଳ ଓ କର୍ମୀ ଦୁରେଇ ରୁହନ୍ତି।  ନଚେତ  ନିୟମ ଅନୁସାରରେ କାର୍ୟ୍ୟାନୁଷ୍ଠାନ ନିଆଯିବ।ଏନେଇ  ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ  କରାଯାଇଛି।

 କୌଣସି ଦଳ ବା କର୍ମୀ  ବେଆଇନ କାର୍ୟ୍ୟ କରୁଥିଲେ ଲୋକମାନେ ସି ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ। ଏଭଲି ଅଭିଯୋଗ ଆସିବାର ୧୦୦  ମିନିଟ ଭିତରେ କାର୍ୟ୍ୟାନୁଷ୍ଠାନ ନିଆଯିବ।ବର୍ତ୍ତମାନ ସୁଦ୍ଧା ସି ଭିଜିଲ ଆପ ଜରିଆରେ ୬ ଟି ଅଭିଯୋଗ ଆସିଛି। ବର୍ତ୍ତମାନ ସୁଦ୍ଧା ୧୦୨ଟି  ଅଭିଯୋଗ ଆସିଛି। ୨୧୬ ଜଣଙ୍କୁ  ଗିରଫ କରାଯାଇଛି  ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Powered by Froala Editor