ମୂଳା ଜୁସ୍‌ ପିଇଲେ, ଚମକିବ ମୁହଁ

ମୂଳା ଜୁସ୍‌ ପିଇଲେ, ଚମକିବ ମୁହଁ

ବିଶେଷ ଖବର

ଭୁବନେଶ୍ୱର: ଶୀତର ଆଗମନ ଧୀରେ ଧୀରେ ହେଲାଣି। ଏବେ ବଜାରରେ ବିଭିନ୍ନ ପ୍ରକାର ସତେଜ ପନିପରିବା ଆପଣମାନେ ପାଇପାରିବେ। ଏମାନଙ୍କ ମଧ୍ୟ ମୂଳା ଅନ୍ୟତମ। କେବଳ ସାଲାଡ କିମ୍ବା ଭଜା କି ତରକାରୀ ନୁହେଁ ମୂଳାରେ ଆପଣ ପରଟା କିମ୍ବା ଆଚାର କରି ମଧ୍ୟ ଖାଇପାରିବେ। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ, ବରଂ ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟାରୁ ରକ୍ଷା ମିଳିଥାଏ।

ମୂଳାରେ ପୋଟାସିୟମ୍‌, ଫୋଲେଟ୍‌, ରାବୋଫ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍‌ କେ, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍‌ ବି-୬ ଭଳି ପୋଷକ ତତ୍ତ୍ୱ ରହିଥାଏ; ଯାହା ସ୍ୱାସ୍ଥ୍ୟକୁ ଲାଭ ପହଞ୍ଚାଇଥାଏ। ଏ ସମସ୍ତ ପୋଷକ ତତ୍ତ୍ୱ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ପାଚନ କ୍ରିୟା ସୁଦୃଢ଼ କରିଥାନ୍ତି।

ମୂଳାରେ ଆଣ୍ଟି କଞ୍ଜେଷ୍ଟିଭ୍‌ ଗୁଣ ଭରି ରହିଥାଏ। ଏଥିପାଇଁ ଥଣ୍ଡା, କାଶ ଆରମ୍ଭ ହେଲା ମାତ୍ରେ ଆପଣ ନିଜ ଡାଏଟ୍‌ରେ ମୂଳା ସାମିଲ କରନ୍ତୁ। ଏଥିରେ କଫ ମଧ୍ୟ ଦୂର ହୋଇଯାଇଥାଏ।

ମୂଳାରେ ଫାଇବର ତତ୍ତ୍ୱ ଅଧିକ ମାତ୍ରାରେ ରହିଥାଏ, ଯାହା କୋଷ୍ଠକାଠିନ୍ୟ ପାଇଁ ବହୁତ ଲାଭଦାୟକ। ଏହା ଖାଦ୍ୟନଳୀର ନିମ୍ନ ଭାଗକୁ ସୁସ୍ଥ ରଖିଥାଏ। ମୂଳା ସେବନ କରିବା ଦ୍ୱାରା ପାଚନ କ୍ରିୟା ଠିକ୍‌ ରହିଥାଏ। ଏହା କିଡ୍‌ନୀ ପାଇଁ ମଧ୍ୟ ବହୁତ ଫଳପ୍ରଦ।

ତା’ସହ ରୋଗ ପ୍ରତିରୋଧକ କ୍ଷମତା ପାଇଁ ମୂଳା ବରଦାନ ଭଳି କାମ କରିଥାଏ। ଦୈନନ୍ଦିନ ମୂଳା ଜୁସ୍‌ ସେବନ କଲେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ ଏବଂ ଚର୍ମଜନିତ କୌଣସି ସଂକ୍ରମଣ ସମସ୍ୟା ଥିଲେ ତାହା ଦୂର ହୋଇଯାଏ।

କେବଳ ସେତିକି ନୁହେଁ, ମୂଳା ସେବନ ଦ୍ୱାରା କ୍ୟାନସର୍‌ ଭଳି ପ୍ରାଣଘାତକ ରୋଗରୁ ମଧ୍ୟ ଆରୋଗ୍ୟ ମିଳିଥାଏ। ଓଜନ କମ୍‌ କରିବା ସହିତ ହାଡ ଶକ୍ତ କରିଥାଏ। ଏହା ସହିତ ମାରାତ୍ମକ ଜଣ୍ଡିସକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ମୂଳାରେ ହାଇପରଣ୍ଟେସିଭ୍‌ ଗୁଣ ରହିଛି। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ମୂଳାରେ ଭରପୂର ମାତ୍ରାରେ ପୋଟାସିୟମ୍‌ ମିଳିଥାଏ, ଯାହାକି ଶରୀରରେ ସୋଡିୟମ୍‌, ପୋଟାସିୟମ୍‌ର ଅନୁପାତକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ।



Powered by Froala Editor