ଟ୍ୱିଟର କିଣିଲେ ଏଲନ ମସ୍କ

ଟ୍ୱିଟର କିଣିଲେ ଏଲନ ମସ୍କ

ଜାତୀୟ ଖବର

ନୂଆଦିଲ୍ଲୀ : ଶୁକ୍ରବାର ଟେସଲା ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ ଶେଷରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁବାର ମସ୍କ ଟ୍ୱିଟରକୁ କିଣିବା ପାଇଁ ଡିଲ୍‌‌ ଫାଇନାଲ୍‌‌ ହୋଇଥିଲା। ଟ୍ୱିଟରକୁ ନିଜ ନିୟନ୍ତ୍ରଣରେ ନେବା ପରେ ସିଇଓ ପରାଗ ଅଗ୍ରୱାଲ,କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ,ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି।
ସୂଚନାନୁଯାୟୀ, ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ ମସ୍କ। ୪୪ ବିଲିୟନ ଆମେରିକୀୟ ଡଲାରରେ ଟ୍ୱିଟର ୯.୨ ପ୍ରତିଶତ ଶେୟାର କିଣିବା ପାଇଁ ଏନେଇ ସେ ଚଳିତ ବର୍ଷ ଏପ୍ରିଲ ମାସରେ ଘୋଷଣା ମଧ୍ୟ କରିଥିଲେ। ସେହି ସମୟରେ ତାଙ୍କ ନାଁରେ ଅନେକ ଫେକ୍‌‌ ଆକାଉଣ୍ଟ ଥିବା ସହ ତାଙ୍କ ନାଁ ବଦଲାମ କରିବାକୁ ଚେଷ୍ଟା କରାଯାଉଛି , କିଣିବା ପରେ ସେଗୁଡିକୁ ସେ ପ୍ରଥମେ ହଟାଇବେ ବୋଲି ମସ୍କ କହିଥିଲେ। ଏହାପରେ ମେ ମାସରେ ପୁଣି ମନ ବଦାଳାଇ କେତେକ କାରଣ ସାମ୍ନାକୁ ଆଣି ସେ ଟ୍ୱିଟର କିଣିବାକୁ ଅନିଚ୍ଛୁକ ବୋଲି ଟ୍ୱିଟ କରିଥିଲେ।



Powered by Froala Editor