ପ୍ରତୀକ୍ଷାର ଅନ୍ତ , ୩୧ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଉଡିବ ବିମାନ

ପ୍ରତୀକ୍ଷାର ଅନ୍ତ , ୩୧ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଉଡିବ ବିମାନ

ରାଜ୍ୟ ଖବର


ଜୟପୁର: ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର-ଜୟପୁର ଯାତ୍ରୀବାହୀ ବିମାନ ସେବା । ପ୍ରଥମ ଫ୍ଲାଇଟ୍‌ ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ଣ ୧୦ଟା ୪୫ରେ ଉଡ଼ାଣ ଭରିବ । ଏହା ଜୟପୁର ବିମାନବନ୍ଦରରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଅବତରଣ କରିବ । ସେହିପରି ଜୟପୁରରୁ ଅପରାହ୍ଣ ୧ଟା ୨୦ରେ ବାହାରି ଭୁବନେଶ୍ୱରରେ ୩ଟା ୫ରେ ପହଞ୍ଚିବ । ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 ଉଦ୍‌ଘାଟନ ଅବସରରେ ଯାତ୍ରୀଙ୍କ ଲାଗି ଟିକେଟ୍‌ ଦାମ୍‌ ରହିଛି ମାତ୍ର ୯୯୯ ଟଙ୍କା । ଜିଏସ୍‌ଟିକୁ ମିଶାଇଲେ ଟିକେଟ ପିଛା ଦର ରହିବ ୧୦୪୯ ଟଙ୍କା । ଏହା ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ରହିବ । ଏହି ବିମାନ ୯ ଆସନ ବିଶିଷ୍ଟ ରହିବ ।

ଶୁକ୍ରବାର ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଜୟପୁର ବିମାନବନ୍ଦର ପରିଦର୍ଶନରେ ଆସିଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସୂଚନା ଥାଉକି, ବିସିଏଏସ୍‌ (ବ୍ୟୁରୋ ଅଫ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟିଜ୍‌) ଅନୁମତି ପରେ ଗତ ୨୦ ତାରିଖରେ ଡିଜିସିଏ (ଡାଇରେକ୍ଟୋରେଟ୍‌ ଜେନେଲାଲ ଅଫ୍‌ ସିଭିଲ୍‌ ଏଭିଏସନ୍‌) ପକ୍ଷରୁ ଜୟପୁର ଏୟାରପୋର୍ଟକୁ ମିଳିଥିଲା ଲାଇସେନ୍ସ । 

Powered by Froala Editor