ଜବତ ହେଲା ୧୧କୋଟିର ବ୍ରାଉନସୁଗାର

ଜବତ ହେଲା ୧୧କୋଟିର ବ୍ରାଉନସୁଗାର

ରାଜ୍ୟ ଖବର

ବାଲେଶ୍ୱର: ବାଲେଶ୍ୱର ପୁଲିସ୍‌ ୧୦ କିଗ୍ରାରୁ ଊଦ୍ଧ୍ୱର୍ ଓଜନର ବ୍ରାଉନସୁଗର  ଜବତ କରିବାରେ ସକ୍ଷମ ହୋଇଛି । ଏହି କାରବାରରେ ଜଡ଼ିତ ଥିବା ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି । ତେବେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ । ଏସ୍‌ପି କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ସେ ଆହୁରି କହିଥିଲେ, ସହଦେଖୁଣ୍ଟା ଥାନା ଅନ୍ତର୍ଗତ ଫୁଲାଡ଼ି ଅଞ୍ଚଳରେ ବହୁଳ ପରିମାଣରେ ବ୍ରାଉନସୁଗର କାରବାର ହେଉଥିବା ଗୁଇନ୍ଦା ବିଭାଗ ପକ୍ଷରୁ ପୁଲିସ୍‌କୁ ସୂଚନା ମିଳିଥିଲା । ସୂଚନା ମୁତାବକ ସହଦେବଖୁଣ୍ଟା ପୁଲିସ୍‌ ଗୁରୁବାର ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକ ସଙ୍ଗରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୧୧ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ସହ ୬ ଜଣଙ୍କୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟର ଏସ୍‌କେ ଆୟୁବ ସମେତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ଅଞ୍ଚଳର ଏସ୍‌କେ ହୁସେନ, ଲାଡେନ ଓରଫ ଏସ୍‌କେ ସଫିକ୍‌, ଏସକେ ରାଜୁ, ବଦୁ ଓରଫ ଏସ୍‌କେ ସମୀର, ରିଣ୍ଟୁ ତରେଇ । ସେମାନଙ୍କ ନିକଟରୁ ୬ଟି ପଲିଥିନି ପ୍ୟାକେଟ୍‌ରେ ଥିବା ବ୍ରାଉନସୁଗର ସହ ଗୋଟିଏ ଏଫଜେଡ୍‌ ମଟର ସାଇକେଲ(ଓଡି-୦୧ଜେଡ୍‌-୯୩୬୫), ଗୋଟିଏ ହୋଣ୍ଡା ଗ୍ଲାଜେ ସ୍କୁଟି(ଓଡି-୦୧ଏଏମ-୭୧୪୦), ୫ଟି ଆଣ୍ଡ୍ରୋଏଡ୍‌ ମୋବାଇଲ, ଗୋଟିଏ କିପେଡ୍‌ ମୋବାଇଲ, ଗୋଟିଏ ଆଧାରକାର୍ଡ, ନଗଦ ୨୧ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା ।  ପଶ୍ଚିମବଙ୍ଗ-ଆସାମ ସୀମାରୁ ଆସି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗର ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି । 

Powered by Froala Editor