କର୍ଣ୍ଣାଟକ: କର୍ଣ୍ଣାଟକ ନାଟକର କ୍ଲାଇମେକ୍ସ ପାଇଁ ପୁଣି ଡେଡ ଲାଇନ ଦିଆଯାଇଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଯାଏ ରାଜ୍ୟପାଳ ବାଜୁଭାଇ ଭାଲା ଡେଡଲାଇନ ଦେଇଛନ୍ତି । ୬ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ରାଜ୍ୟପାଳ ନିଦେ୍ର୍ଧଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କୁ ରାଜ୍ୟପାଳ ଏହି ନିଦେ୍ର୍ଧଶଦେଇଛନ୍ତି । ପ୍ରକାଶ ଯେ, ଆଜି ରାଜ୍ୟପାଳଙ୍କ ଡେଡଲାଇନକୁ ବାଚସ୍ପତି ଅମାନ୍ୟ କରିଥିଲେ । ରାଜ୍ୟପାଳଙ୍କ ଆଦେଶକୁ ବାଚସ୍ପତି ଖୋଲା ଚ୍ୟାଲେଞ୍ଜ କରିଥିଲେ । ଆସ୍ଥା ଭୋଟ ନକରାଇ ବାସସ୍ପତି ବିଧାନସଭାକୁ ମୁଲତବି କରିଦେଇଥିଲେ । ବାଚସ୍ପିତି ଅପରାହ୍ନ ୩ଟା ଯାଏଁ ବିଧାନସଭାକୁ ମୁଲତବି କରିଦେଇଥିଲେ । ଆଜି ୧.୩୦ ଭିତରେ ଆସ୍ଥାଭୋଟ କରିବାକୁ ନିଦେ୍ର୍ଧଶ ଥିଲା । ଏନେଇ ରାଜ୍ୟପାଳ ବାଜୁଭାଇ ଭାଲା ନିଦେ୍ର୍ଧଶ ଦେଇଥିଲେ । ତେବେ ବିତର୍କ ନସରିବା ଯାଏଁ ଆସ୍ଥା ଭୋଟ କେମିତି ହେବ ବୋଲି ବାଚସ୍ପତି କହିଥିଲେ । ବିତର୍କ ସରିଲେ ଆସ୍ଥାଭୋଟ ହୋଇପାରିବ ବୋଲି ସେ କହିଥିଲେ ।
