ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ପାଇବେ  ନିଯୁକ୍ତି

ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ପାଇବେ ନିଯୁକ୍ତି

ରାଜ୍ୟ ଖବର

କଟକ: ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଏହାକୁ ନେଇ ରହିବନି କୌଣସି ପାତରଅନ୍ତର। ଏପରି ଐତିହାସିକ ରାୟ ଦେଇଛନ୍ତି  ହାଇକୋର୍ଟ।
 ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ହାଇକୋର୍ଟ । ଏହାକୁ ନେଇ ବିବାହିତ ଝିଅଙ୍କ ନିଯୁକ୍ତିକୁ ବିଚାରକୁ ନନେବା ନୀତିକୁ ମଧ୍ୟ ରଦ୍ଦ କରିଛନ୍ତି । ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ।



Powered by Froala Editor