ନଭେମ୍ବରରେ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା

ନଭେମ୍ବରରେ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା

ରାଜ୍ୟ ଖବର


ଭୁବନେଶ୍ୱର: ନଭେମ୍ବର ମାସ ରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଆଇଏମ୍‌ଡି ଜାରି କରିଥିବା ପୂର୍ବାନୁମାନରେ କୁହାଯାଇଛି, ଏ ମାସରେ ବର୍ଷା ସମ୍ଭାବନା ସ୍ୱାଭାବିକଠାରୁ ଅଧିକ । ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୬୫ରୁ ୭୫ ପ୍ରତିଶତ । ଉପକୂଳରେ ବି ପାଗ ମେଘୁଆ ରହିପାରେ । ସେହିଭଳି ରାତିବେଳା ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ୪୫ରୁ ୫୫ ପ୍ରତିଶତ । ଏଥିପାଇଁ ଶୀତ ଅପେକ୍ଷାକୃତ କମ୍‌ ରହିବ ।

ମଙ୍ଗଳବାର ରାଜ୍ୟରେ ଶୀତ କମ୍‌ ରହିଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୬, ସୁନ୍ଦରଗଡ଼ରେ ୧୬, ଫୁଲବାଣୀରେ ୧୬.୫ ଓ ଝାରସୁଗୁଡ଼ାରେ ୧୬.୮ ଡିଗ୍ରୀ ରେକର୍ଡ ହୋଇଛି ।

Powered by Froala Editor