ଓଲଟିଲା ଯାତ୍ରୀବାହୀ ବସ୍‌

ଓଲଟିଲା ଯାତ୍ରୀବାହୀ ବସ୍‌

ରାଜ୍ୟ ଖବର


ଯାଜପୁର  : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ମୟୁରଭଞ୍ଜରୁ ୪୦ଜଣ ଯାତ୍ରୀଙ୍କୁ ନେଇ ଶାନ୍ତିଲତା ନାମକ ଏକ ଘରୋଇ ବସ ଭୁବନେଶ୍ୱର ଯାଉଥିଲା ।ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ବସରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ କେତେକ ସାମାନ୍ୟ ଆହତ ହେବା ସହ ୬ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପାଣିକୋଇଲି ପାଟ୍ରୋଲିଂ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହାପରେ ପ୍ରାଥମିକ ଚିକିତ୍ସା କରିବା ସହ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।



Powered by Froala Editor