ଧାମନଗର ଉପନିର୍ବାଚନରେ ଏକଜିଟ ପୋଲ ନିଷେଧ

ଧାମନଗର ଉପନିର୍ବାଚନରେ ଏକଜିଟ ପୋଲ ନିଷେଧ

ରାଜ୍ୟ ଖବର


ଭୁବନେଶ୍ବର: ଆଜି ଧାମନଗର ଉପନିର୍ବାଚନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ।ଏହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ।। ନିଜ ବିଧାୟକ ବାଛୁଛନ୍ତି ଧାମନଗର ବାସୀ। ଗୁରୁବାର ସକାଳ ୭ଟାରୁ  ସନ୍ଧ୍ୟା ୬.୩୦ ପର୍ୟ୍ୟନ୍ତ  ସମସ୍ତ ଏକଜିଟ ପୋଲକୁ ନିଷେଧ କରାଯାଇଛି। ଧାମନଗର ଉପନିର୍ବାଚନ ପାଇଁ  ମୋଟ୍ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ୨ଲକ୍ଷ ୩୮ ହଜାର ୪୧୭ ଭୋଟର ମତଦାନ ଦେବେ ।  ମତଦାନ ସମ୍ପର୍କିତ ସୂଚନା  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଧାମନଗରେ ମୋଟ ୨୫୨ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି। ୧୨୬ଟି ବୁଥର ଓ୍ବେବକାଷ୍ଟିଂ ହେବ। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅବଜରର୍ଭର ରହିଛି।୧୫ଟି ଆଦର୍ଶ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି।  ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ।  ଯଦି କେହି ନିୟମ ଉଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ।  ଭୋଟର ପରିଚୟ ପତ୍ର ବ୍ୟତୀତ ୧୨ଟି ଅନ୍ୟ  ପରିଚୟ ପତ୍ର ଦେଖାଇ ମତଦାତା ଭୋଟ ଦେଇ ପାରିବେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ। ଭୋଟ ପର୍ୟ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି। ସୁରକ୍ଷା ପାଇଁ  ୪ଟି ସେଣ୍ଟ୍ରାଲ ଟିମ୍ ଓ ହଜାର ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। 

ଏହି ନିର୍ବାଚନରେ ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ୟ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ବିଜେଡି ଟିକେଟ୍‌ ନପାଇ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ପ୍ରାର୍ଥୀ ହୋଇଛନ୍ତି । ଏହି ୪ ଜଣଙ୍କ ବ୍ୟତୀତ ଅନ୍ୟ ଜଣେ ପ୍ରାର୍ଥୀ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୨୫୨ଟି ବୁଥ୍‌ରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ, ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଓ ୩୩ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି ।



Powered by Froala Editor