୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ

୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ

ରାଜ୍ୟ ଖବର

କୁଚିଣ୍ଡା:  ଶୋଇଥିବା ଅବସ୍ଥାରେ ଟେକି ନେଇ ୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ। ବାପାମା’ ଏବେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ୨ ପୁଅଙ୍କୁ ଝୁରି ହେଉଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଝାରସୁଗୁଡା ଜିଲ୍ଲା ବାଗଡିହି ରେଂଜ ଭଉଁରା ନିକଟରେ ଘଟିଛି।
ମୃତ ୨ ଭାଇ ହେଲେ ଧନଞ୍ଜୟ ସତନମୀ ଓ ଅଭୟ ସତନମୀ । ସେମାନେ ଛତିଶଗଡ଼ ବାସିନ୍ଦା ବୋଲି ଜଣାଯାଇଛି। ୨ ଦିନ ତଳେ ବାପାମା’ ଉମେଶ ରାମ ସତନମୀ ଓ ଲେହେରାବାଈ ସତନମୀ ସହ ଇଟାଭାଟିରେ କାମ କରିବା ପାଇଁ ଓଡ଼ିଶା ଆସିଥିଲେ।
ଗତରାତିରେ ୨ ପୁଅ ନିଜ ବାପାମା’ଙ୍କ ସହ ଏକ ପଲିଥିନ ତଳେ ଶୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ହାତୀ ସେଠାରେ ପହଞ୍ଚି ପଲିଥିନକୁ ଟାଣି ନେଇଥିଲା। ଉମେଶ ରାମ ସତନମୀ  ଓ ଲେହେରାବାଈ ସତନମୀ ଉକ୍ତ ପଲିଥିନ ଭିତରୁ ବାହାରି ଆସିଥିଲେ। ମାତ୍ର ପିଲା ୨ଟି କିଛି ଜାଣି ପାରି ନ ଥିବା ବେଳେ ହାତୀ ପଲିଥିନ ସହ ସେମାନଙ୍କୁ ବି ଟେକି ନେଇଥିଲା।

ପରିବାର ଲୋକେ ପ୍ରାୟ ୨ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ଜଙ୍ଗଲରେ ପଲିଥିନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ପଲିଥିନ ଭିତରୁ ମୃତ ଅବସ୍ଥାରେ ୨ ପୁଅଙ୍କୁ ଉଦ୍ଧାର କରିଥିଲେ। ହାତୀ କଚାଡ଼ି ଦେବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Powered by Froala Editor