ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ରାଜ୍ୟ ଖବର

ପୁରୀ : ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ୧୦ ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ  । ଦର୍ଶନ ସରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ରହିଛି କାର୍ଯ୍ୟକ୍ରମ  । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ସଂଧ୍ୟା ୫ଟା ୩୦ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପୁରୀରେ ବସୁଛି ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକ  । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କେଉଁ କେଉଁ ସେବାୟତ ଉପସ୍ଥିତ ରହିବେ, କିଭଳି ଦର୍ଶନ କରିବେ, କେଉଁମାନେ ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ, ସେନେଇ ଆଲୋଚନା କରାଯିବ  । ଏଥିପାଇଁ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଛି  । ସେହିଦିନ ସକାଳ ଧୂପ ଓ ଭୋଗ ମଣ୍ଡପ ସରିବା ପରେ ଗର୍ଭଗୃହକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି  ।

ସେପଟେ ତାଙ୍କର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡାକଡି କରାଯାଇଛି  । ପୁରୀରେ ପହଞ୍ଚିବାଠାରୁ ଆରମ୍ଭ କରି ରାଜଭବନ ଯିବା ରାସ୍ତା ଓ ହେଲିପ୍ୟାଡ ପ୍ରତ୍ୟାବର୍ତନ ପ୍ରତିଟି ରାସ୍ତାରେ ବ୍ଲୁ ବୁକ୍ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ପରେ ଉକôଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ରାଷ୍ଟ୍ରପତି  । ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରିଯାପନ କରିବେ  । ୧୧ରେ ମାରାଥନ୍ କାର୍ଯ୍ୟକ୍ରମ ପରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି  ।

 

Powered by Froala Editor