ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନର ଅବଧିକୁ ବୃଦ୍ଧି କରିବା ଲାଗି ସରକାର ବିଚାର କରିଛନ୍ତି। ତିନି ତଲାକ ସମେତ କେତେକ ପ୍ରମୁଖ ବିଧେୟକକୁ ଗୃହୀତ କରାଇବା ଲାଗି ସରକାର ଅଧିବେଶନର ଅବଧି ୩ରୁ ୫ଦିନ ବୃଦ୍ଧି କରିପାରନ୍ତି। ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିବେଶନ ଅବଧି ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିବା ଜଣାଯାଇଛି। ଜୁନ ୧୭ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଅଛି।
