ଏମ୍ସ ହସ୍ପିଟାଲରୁ  ଗିରଫ ହେଲେ ୧୨ଦଲାଲ

ଏମ୍ସ ହସ୍ପିଟାଲରୁ ଗିରଫ ହେଲେ ୧୨ଦଲାଲ

ରାଜ୍ୟ ଖବର

ଭୁବନେଶ୍ୱର: ଓଡ଼ିଶାର ବଡ଼ ସରକାରୀ ହସ୍ପିଟାଲ ଏମ୍ସ ପରିସରରେ ହେଉଛି ଟିକେଟର ଦଲାଲି । ଗରୀବ ଲୋକ ହୁଅନ୍ତୁ କି ଧନୀ ଲୋକଟିଏ ଚିକିସôା ନିମନ୍ତେ ଏମ୍ସ ସରକାରୀ ମେଡ଼ିକାଲରେ ଲାଗିଥାଏ ଭିଡ଼ । କିନ୍ତୁ ହସ୍ପିଟାଲରେ ଲୋକଙ୍କଠାରୁ ଟଙ୍କା ନେଇ ଦଲାଲ ହେଉଛି ଟିକେଟ । ଏଭଳି ଏକ ସାଙ୍ଘାତିକ ଅଭିଯୋଗରେ ୧୨ ଜଣଙ୍କୁ ଉଠାଇ ଆଣିଛି ପୋଲିସ ।

ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ। ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ୱେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ହଜାର ଟଙ୍କାରେ ବିକୁଥିଲେ। ଏନେଇ ଖଣ୍ଡଗିରି ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢାଉ କରି ୧୨ ଜଣକୁ ଗିରଫ କରିଥିବା ବେଳେ ଧରପଗଡ଼ ଜାରି ରହିଛି । ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

   

Powered by Froala Editor