ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ହ୍ରାସ ପାଇଲା ପ୍ଲାଟଫର୍ମ ଟିକେଟର ମୂଲ୍ୟ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ହ୍ରାସ ପାଇଲା ପ୍ଲାଟଫର୍ମ ଟିକେଟର ମୂଲ୍ୟ

ରାଜ୍ୟ ଖବର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। କିଛି ଦିନ ତଳେ ବହୁ ବଡ ଷ୍ଟେସନ୍‌ରେ ପ୍ଲାଟଫର୍ମ ଟିକେଟ୍ ଦର ୩୦ ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପରେ ଯାତ୍ରୀମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିଜ ପାଇଁ ଏହି ଅଧିକାରକୁ ସୀମିତ ରଖିଛି।
ଲକ୍ଷ୍ନୌ, ବାରାଣାସର, ବାରାବାଙ୍କି, ଅଯୋଧ୍ୟା, କେଣ୍ଟ, ଅଯୋଧ୍ୟା ଜଙ୍କସନ୍‌, ଅକବରପୁର, ଶାହଗଞ୍ଜ,ଜୌନପୁର, ସୁଲତାନପୁର, ରାୟବରେଲି, ଭଦୋଇ, ପ୍ରତାପଗଡ ଓ ଉନ୍ନାଓ ଜଙ୍କସନ୍‌ରେ ପ୍ଲାଟଫର୍ମ ଟିକେଟ ୧୪ ଟି ରେଲଓ୍ବେ ଷ୍ଟେସନ୍‌ର ପ୍ଲାଟଫର୍ମ ଟିକେଟ ଦାମ୍‌ ହ୍ରାସ କରିଦିଆଯାଇଛି। ଏବେ ନୂଆ ରେଟ୍‌ ୧୦ ଟଙ୍କା ହେବ, ଯାହାକି ପୂର୍ବରୁ ୫୦ ଟଙ୍କା କରାଯାଇଥିଲା। ଦୀପାବଳି ଓ ଛଟପୂଜାକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ଦାମ୍ ବୃଦ୍ଧି କରାଯାଇଥିଲା। ଉତ୍ତର ରେଲଓ୍ବେର ସିନିୟର ଡିସିଏମ୍ ରେଖା ଶର୍ମା ଏହି ସୂଚନା ଦେଇଛନ୍ତି।

ଉତ୍ତର ରେଲଓ୍ବେର ପ୍ଲାଟଫର୍ମ ଟିକେଟ ରେଟ୍ ଯଦିଓ କମ୍ କରିଦିଆଯାଇଛି, କିନ୍ତୁ ଦକ୍ଷିଣ ରେଲଓ୍ବେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ସହିତ ବହୁ ଷ୍ଟେସନ୍‌ର ପ୍ଲାଟଫର୍ମ ଟିକେଟ ମୂଲ୍ୟ ବୃଦ୍ଧିକୁ ଏବେ ଫେରାଇ ନେଇ ନାହିଁ। ଦକ୍ଷିଣ ରେଲଓ୍ବେ ଚେନ୍ନାଇ ଓ ଆଖପାଖର ୮ ବଡ ରେଲଓ୍ବେ ଷ୍ଟେସନ୍‌ର ପ୍ଲାଟଫର୍ମ ଟିକେଟ ମୂଲ୍ୟକୁ ୧ ଅକ୍ଟୋବରରୁ ୧୦କୁ ବଢାଇ ୨୦ କରିଦେଇଥିଲା। ଏହି ନିଷ୍ପତ୍ତି ୩୧ ଜାନୁଆରୀ ୨୦୨୩ ପର୍ୟ୍ୟନ୍ତ ନେଇଥିଲା।



Powered by Froala Editor