ଏମାନେ ଭୁଲରେ ପିଅନ୍ତୁ ନାହିଁ ଲେମ୍ବୁ ପାଣି

ଏମାନେ ଭୁଲରେ ପିଅନ୍ତୁ ନାହିଁ ଲେମ୍ବୁ ପାଣି

ବିଶେଷ ଖବର

ଭୁବନେଶ୍ୱର: ଘରକୁ ଗେଷ୍ଟ ଆସିଲେ ଲେମ୍ବୁ ସରବତ ଦେଇ ଚର୍ଚ୍ଚା କରାଯାଇଥାଏ । କିଛି ଲୋକ ଅଛନ୍ତି ଫିଟ ରହିବା ପାଇଁ ମଧ୍ୟ ସର୍ବଦା ଲେମ୍ବୁ ପାଣି ପିଅନ୍ତି । ତ କିଛି ନିଜ ସ୍କିନକୁ ସୁସ୍ଥ ରଖିବାକୁ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାକୁ ପସନ୍ଦ କରନ୍ତି । ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି ।

ଯଦି ଆପଣ ବି ଲେମ୍ୱୁ ପାଣିକୁ ନିୟମିତ ଭାବରେ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ । କାରଣ ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ ଲାଭଦାୟକ ନୁହେଁ । ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଯଦି ଲେମ୍ବୁପାଣି ପିଉଛନ୍ତି ତେବେ ନିୟନ୍ତ୍ରିତ ମାତ୍ରାରେ ପିଅନ୍ତୁ । ତେବେ ଆସନ୍ତୁ ଜାଣିବା ଲେମ୍ବୁପାଣି କିପରି ଆପଣଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ ।

- ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାଦ୍ୱାରା ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ । ଏଥିପାଇଁ ଲେମ୍ବୁ ପାଣି ପିଇବା ସମୟରେ ଗ୍ଲାସ ପରିବର୍ତ୍ତେ ଷ୍ଟ୍ର’ ବ୍ୟବହାର କରନ୍ତୁ । ଏପରି କଲେ ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ ।

- ଯେଉଁମାନଙ୍କ ଅମ୍ଳପିତ୍ତ ସମସ୍ୟା ରହିଛି, ସେମାନେ ଲେମ୍ବୁ ପାଣି ପିଇବା ଅନୁଚିତ୍ । ଏହା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ ।

- ସେହିପରି ଯେଉଁମାନଙ୍କର ଅଲସର୍ ସମସ୍ୟା ରହିଛି, ସେମାନେ ଲେମ୍ବୁ ଖାଆନ୍ତୁ ନାହିଁ ।

- କିଛି ଲୋକଙ୍କର ଖାଦ୍ୟ ଖାଇସାରିବା ପରେ ଲେମ୍ବୁ ପାଣି ପିଇ ଖାଦ୍ୟ ହଜମ କରିବାର ଅଭ୍ୟାସ ରହିଥାଏ । କିନ୍ତୁ ଜାଣି ରଖନ୍ତୁ, ଏହା ଏକ ଖରାପ ଅଭ୍ୟାସ । ଏହା ଯୋଗୁ ଆପଣଙ୍କ ପେଟ ସମସ୍ୟା ସୃଷ୍ଟି ହୋଇଥାଏ ।

- ଲେମ୍ବୁକୁ ଖାଦ୍ୟରେ ମିଶାଇ ଖାଇ ପାରିବେ । ଆପଣ ଚାହିଁଲେ ଲେମ୍ବୁ ଆଚାର ମଧ୍ୟ ଖାଇ ପାରିବେ । ମାତ୍ର ଆବଶ୍ୟକତାଠାରୁ ଅଧିକ ଲେମ୍ବୁ ଖାଇଲେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ।

Powered by Froala Editor