ବାରହା ଫାଶ ନେଲା ଜୀବନ

ବାରହା ଫାଶ ନେଲା ଜୀବନ

ରାଜ୍ୟ ଖବର

ଦେବଗଡ଼: ବାରହା ଫାଶ ନେଲା ଜୀବନ । ବାରହା ଶିକାର ପାଇଁ ଲଗାଯାଇଥିଲା ଫାଶ । ତେବେ ସେଥିରେ ବାରହା ବଦଳରେ ପଡିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଆଉ ଅକାଳରେ ଚାଲିଗଲା ତାଙ୍କ ଜୀବନ । ଏହି ଦୁଃଖଦ ଘଟଣାଟି ଘଟିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ନିଶାବିରା ଗାଁ ପହିନାଳ କଟା ଜଙ୍ଗଲରେ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବ ସାହୁ । ତାଙ୍କ ଘର ନିଶାବିରା ଗାଁରେ ।ଗତକାଲି ରାତି ପ୍ରାୟ ୧୦ଟା ବେଳେ ଘରୁ କେଉଁଆଡେ ଯାଇଥିଲେ । କିନ୍ତୁ ଆଉ ଫେରି ନଥିଲେ । ଆଜି ତାଙ୍କ ମୃତଦେହ ପହିନଳା କଟା ଜଙ୍ଗଲରୁ ମିଳିଥିଲା । ତାଙ୍କ ଶରୀରର କିଛି ଅଂଶ ପୋଡିଯାଇଛି । ବାରହା ଶିକାର ପାଇଁ ବିଦୁ୍ୟତ୍ ଚାର୍ଜ କରି ବିଛା ଯାଇଥିବା ଫାଶରେ ପଡି ତାଙ୍କ ଜୀବନ ଯାଇଥିବା ଜଣାପଡିଛି ।

କେଉଁମାନେ ଏହି ଫାଶ ବିଛାଇଥିଲେ, ତାହା ଜଣାପଡିନି । ତେବେ ଏହି ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବିଦୁ୍ୟତ୍ ଚାର୍ଜିତ ଫାଶକୁ ଉଠାଇ ନେଇଛନ୍ତି । ରିଆମାଳ ଥାନା ପୁଲିସ୍ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Powered by Froala Editor