ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ଲେଜର୍ ଲାଇଟ୍ ଶୋ

ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ଲେଜର୍ ଲାଇଟ୍ ଶୋ

ରାଜ୍ୟ ଖବର

କଟକ: ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା। ଯାହାକି ଏସିଆର ସବୁଠାରୁ ବଡ ଓପନ୍ ଟ୍ରେଡ ଫେୟାର। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପାଇଁ ପ୍ରତିବର୍ଷ ହୁଏ ଏହି ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା। ତେବେ ଚଳିତ ବର୍ଷର ଆକର୍ଷଣ ରହିଛି ଲେଜର୍ ଲାଇଟ୍ ଶୋ। ଯାହାପାଇଁ ଦିଲ୍ଲୀରୁ ଆସିଛନ୍ତି କଳାକାର। ଏଥି ସହିତ ଓଡ଼ିଶାର କିଛି କାଳକାର ମଧ୍ୟ ଏଥିରେ ଭାଗ ନେଇଛନ୍ତି।

ଏହି ‘ମ୍ୟୁଜିକ୍ ଆଣ୍ଡ ଲାଇଟ୍ ଶୋ’ ରେ ଭାରତ ଓ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଦର୍ଶକ ଜାଣିବାକୁ ପାଇବେ। ସବୁଠୁ ବଡ଼ କଥା ହେଉଛି ଏହି ଶୋରେ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ବିଷୟରେ ମଧ୍ୟ ଆପଣ ଅନେକ କିଛି ଜାଣିବାକୁ ପାଇବେ। ସାନ୍ଧ୍ୟ ସମୟରେ ହିଁ ଏହି ମ୍ୟୁଜିକ୍ ଆଣ୍ଡ ଲାଇଟ୍ ଶୋ ଆରମ୍ଭ ହେବ। ଯାହା ପାଇଁ ପ୍ରସ୍ତୁତି ମଧ୍ୟ ଯୋରସୋରରେ ଚାଲିଛି। ଲେଜର ଲାଇଟ ଶୋ ଦେଖିବା ପାଇଁ ପ୍ରାକ୍ଟିସ ସମୟରେ ମଧ୍ୟ ଅନେକ ଦର୍ଶକଙ୍କ ଭିଡ ଜମୁଛି।

ସୂଚନା ମୁତାବକ ମହାମାରୀ କୋଭିଡ ପାଇଁ ପ୍ରାୟ ଦୁଇ ବର୍ଷ ହେବ ବାଲିଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ଖୁବ୍ ଆଡମ୍ବର ପୂର୍ଣ୍ଣ ଭାବେ ଏହା କରାଯାଉଛି। ଯାହା ପାଇଁ ଦେଶ ବାହାରୁ ମଧ୍ୟ ଅନେକ କାରିଗର ଆସି ଅନେକ ପ୍ରକାର ଜିନିଷ ପତ୍ର ବିକ୍ରି ପାଇଁ ଷ୍ଟଲ ପକାଇଛନ୍ତି।

Powered by Froala Editor