ଶୀଲା ଦୀକ୍ଷିତଙ୍କ ପରଲୋକ

ଶୀଲା ଦୀକ୍ଷିତଙ୍କ ପରଲୋକ

ଜାତୀୟ ଖବର

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଛି । ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ଅପରାହ୍ନ ୩ଟା ୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହାପୂର୍ବରୁ ଶୀଲା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ସହ ଚିକିତ୍ସିତ ହେଉଥିଲେ । ତେବେ ଆଜି ହୃଦଘାତ କାରଣରୁ ସବୁ ଦିନ ପାଇଁ ଆଖି ବୁଜିଛନ୍ତି ଶୀଲା । ସେ ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ଥିଲେ । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ରେ କିଛି ବର୍ଷ ପାଇଁ କେରଳର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ୧୯୩୮ ମାର୍ଚ୍ଚ ୩୧ରେ ପଞ୍ଜାବର କପୁରଥଲାରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀର କନଭେଟ୍ ଅଫ ଜିସସ ଆଣ୍ଡ ମେରି ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ଏହା ପରେ ଦିଲ୍ଲୀ ୟୁନିଭର୍ସିଟିର ମିରାଣ୍ଡା ହାଉସ କଲେଜରୁ କଳାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।