ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ଜାତୀୟ ଖବର

ମୁମ୍ବାଇ: ପତ୍ରା ଚଅଲ୍‌ ପୁନର୍ବିକାଶ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମଞ୍ଜୁର ହୋଇଛି।କିଛି ମାସ ପୂର୍ବେ ୧.୦୩୪ କୋଟି ଟଙ୍କାର ପତ୍ରା ଚଅଲ୍‌ ଜମି ଦୁର୍ନୀତି ମାମଲାରେ ୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।ରାଉତଙ୍କ ସହଯୋଗୀ ତଥା ଏହି ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରବୀଣ ରାଉତଙ୍କୁ ମୁମ୍ବାଇସ୍ଥିତ ସ୍ବତନ୍ତ୍ର ଅଦାଲତ ମଧ୍ୟ ଜାମିନ ମଞ୍ଜୁର କରିଛନ୍ତି।

ଜାମିନ ବିନିମୟରେ ଅଦାଲତ ଉଭୟଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଁଏ ମୁଚାଲିକା ବା ‘ବେଲ୍‌ ବଣ୍ଡ୍‌’ କରିଛନ୍ତି।କିନ୍ତୁ, ଏହି ଜାମିନ ଆଦେଶ କାର୍ଯ୍ୟକାରିତା ଉପରେ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ସ୍ବଳ୍ପ ସମୟ ନିମନ୍ତେ ରହିତାଦେଶ ପାଇଁ ଆବେଦନ କରିଛନ୍ତି। ଯାହାଦ୍ବାରା ପ୍ରବର୍ତ୍ତନ ନିର୍ଦେଶାଳୟ ମୁମ୍ବାଇର ‘ପିଏମ୍‌ଏଲ୍‌ଏ’ ଅଦାଲତଙ୍କ ଆଦେଶ ବିରୋଧରେ ଉଚ୍ଚତର ଅଦାଲତରେ ଆବେଦନ କରିପାରିବ। ଏ ସଂକ୍ରାନ୍ତରେ ଆଉ ଏକ ଆଦେଶ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ।

Powered by Froala Editor