ପାଟକୁରାରେ ୭୩% ମତଦାନ

ପାଟକୁରାରେ ୭୩% ମତଦାନ

ରାଜ୍ୟ ଖବର

କେନ୍ଦ୍ରାପଡ଼ା :ଶେଷ ହୋଇଛି ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ । ଇଭିଏମରେ ସିଲ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ୨୦୧୪ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ନିର୍ବାଚନରେ ୭୩.୧୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ । ତେବେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହେବାରୁ ମାରପିଟ ଓ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ପୁଲିସକୁ ଲାଠିଚାଳନା ମଧ୍ୟ କରିବାକୁ ପଡ଼ିଛି । ଏହାଛଡ଼ା ଅନେକ ବୁଥରେ ଇଭିଏମ ଅଚଳକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଭୋଟ ଶେଷ ହେବା ପରେ ମଧ୍ୟ କେତେକ ସ୍ଥାନରେ ବିଜେଡି ଓ ବିଜେପି ଦଳର ସମର୍ଥକଙ୍କ ମଧ୍ୟରେ ମାରପିଟ ହେବାରୁ ଉତ୍ତେଜନା ଲାଗି ରହିଛି ।