କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀ ଓ ଏସଓଜି ମଧ୍ୟରେ ଗୁଳି ବିନିମୟ ହୋଇଛି । ଦୀର୍ଘ ପ୍ରାୟ ୨୫ ମିନିଟ ଧରି ଏହି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ମାଓବାଦୀ ମୃତ ହେଇଛନ୍ତି । ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ । ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ସହ ନିତ୍ୟ ବ୍ୟବହାର୍ୟ୍ୟ ମାଓ ସାମଗ୍ରୀ ଓ ଗଞ୍ଜେଇ ଜବତ ହୋଇଛି । ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ବୈପାରିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳ ପ୍ରଚଳ ଥିବାରୁ ଏସଓଜି ପକ୍ଷରୁ ନିୟମିତ ଆଣ୍ଟି ନକ୍ସଲ ଅପରେସନ ଜୋରଦାର କରାଯାଉଛି । ଏହି ଅପରେଶନ ବେଳେ ବିଶ୍ବସ୍ତ ସୁତ୍ରରୁ ଖବରପାଇ ଗୁରୁବାର ବିଳମ୍ବିତ ରାତିରେ ଏସଓଜିର ଏକ ଟିମ ଅଟାଳଗୁଡ଼ା, ମାଲିପଦର, ବଦଳିପାହାଡ଼ ଗାଁ ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନ ଜୋରଦାର କରାଯାଇଥିଲା । ଏହି ସମୟରେ ମାଲିପଦର ଗାଁ ନିକଟରେ ୧୦ ରୁ ୧୫ ଜଣ ମାଓବାଦୀଙ୍କ ଉପସ୍ଥିତ ଥିବା ଜଣାପଡ଼ିଥିଲା । ତେବେ ଏସଓଜି ଟିମକୁ ପାଖରେ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ମାଡ କରିଥିଲେ । ଏହାର ଜବାବରେ ଏସଓଜି ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଦୀର୍ଘ ୨୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।
ଏସଓଜି ଘଟଣାସ୍ଥଳ ଯାଞ୍ଚ କଲା ବେଳେ ସେଠାରେ ଦୁଇ ଜଣ ପୁରୁଷ ମାଓବାଦୀଙ୍କ ମୃତଦେହ ପଡ଼ିଥିଲା
Powered by Froala Editor
