ପ୍ରେମିକାକୁ ୩୫ଖଣ୍ଡ କରି କାଟିଲା ପ୍ରେମିକ

ପ୍ରେମିକାକୁ ୩୫ଖଣ୍ଡ କରି କାଟିଲା ପ୍ରେମିକ

ଜାତୀୟ ଖବର

ନୂଆଦିଲ୍ଲୀ: ଯେତେବେଳେ ସାରା ସହର ଶୋଇଯାଏ। ସେ ବାହାରିପଡ଼େ ନିଃସ୍ତବ୍ଦ ରାତିରେ। ଘନ ଅନ୍ଧକାର ବିଜୁଳି ଆଲୁଅରେ କାଁ ଭାଁ ଶୋର ଶବ୍ଦରେ ଅତି ସନ୍ତର୍ପଣରେ ସେ ବାହାରି ପଡ଼େ। କେବେ ହାତରେ କଟାମୁଣ୍ଡ ଥାଏ ତ’ ପୁଣି କେବେ ହାତ। ଏମିତି ୧୮ ଦିନ ଧରି  ନିଜ ପ୍ରେମିକାର ମୃତ ଦେହକୁ ଜଙ୍ଗଲରେ ପୋତିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରେମ, ପ୍ରତାରଣା ଓ ପ୍ରତିଶୋଧର ଏକ ଭୟଙ୍କର ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ପ୍ରେମିକ ନିଜ ଲାଇଫ ପାର୍ଟନରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ୩୫ ଖଣ୍ଡ କରିବା ଭଳି ଲୋମଟାଙ୍କୁରା ଘଟଣା ଦିଲ୍ଲୀରେ ଘଟିଛି।  ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ୨୬ ବର୍ଷୀୟ ଶ୍ରଦ୍ଧ। ଅଭିଯୁକ୍ତ ଜଣକ ହେଲେ ଅଫତାବ ଅମିନ ପୁନୱାଲା। ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ହେବ  ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୁଲିସ କହିଛି।

ପୁଲିସ କହିଛି ଯେ, ପ୍ରେମିକ ଅଫତାବ ଜଣକ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍ କରି ଫ୍ରିଜରେ ରଖିଥିଲା। ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଆନ୍ତି।  ଗତ ମେ ୧୮ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା। ଏଥିରେ ଅଫତାବ ଉତକ୍ଷିପ୍ତ ହୋଇ  ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍ ରଖିଥିଲେ। ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ଖଣ୍ଡ ଖଣ୍ଡ କରିଥିଲେ। ୨୬ ବର୍ଷୀୟ ଶ୍ରଦ୍ଧା ମୁମ୍ବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ଯେଉଁଠି ସେ ଅଫତାବଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଡେଟିଂ ହୋଇ ପ୍ରେମ ହୋଇଥିଲା। ଉଭୟେ ଏକାଠି ରହୁଥିଲେ।   କିନ୍ତୁ ଏହ ପ୍ରେମ ସମ୍ପର୍କକକୁ  ଶ୍ରଦ୍ଧାଙ୍କ ପରିବାର ସ୍ୱିକୃତୀ ଦେଇ ନଥିଲେ। ପରେ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ।   ଦିଲ୍ଲୀର ମେହରୁଲିର ଏକ ଫ୍ଲାଟରେ ସେମାନେ ରହିବାକୁ ଲାଗିଲେ। ପରେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଗତ ନଭେମ୍ବର ୮ତାରିଖରେ ଝିଅର ବାପା ବିକାଶ ମଦାନ ଝିଅ କଥା ବୁଝିବାକୁ ଦିଲ୍ଲୀ ଆସିଥିଲେ।

Powered by Froala Editor