ସାବଧାନ! ଚା' ପିଉଛନ୍ତିକି? ଭୋଗିପାରନ୍ତି ଏହି ସମସ୍ୟା

ସାବଧାନ! ଚା' ପିଉଛନ୍ତିକି? ଭୋଗିପାରନ୍ତି ଏହି ସମସ୍ୟା

ବିଶେଷ ଖବର

ଭୁବନେଶ୍ୱର: ଦେଶର ପ୍ରାୟ ୭୫ ପ୍ରତିଶତ ଲୋକେ ଚାହା ପିଇବାକୁ ପସନ୍ଦ କରନ୍ତି। ଆଉ ବିଶେଷ କରି ଅଦା ଚାହା ପିଇବାକୁ ବେଶି ପସନ୍ଦ କରନ୍ତି। ସେ ଶୀତ ୠତୁ ହେଉ ବା ବର୍ଷା ୠତୁ ଅଦା ଚା’ କପେ ପିଇଦେଲେ ପୂରା ଫ୍ରେଶ୍‌ ଲାଗିଥାଏ।

କୁହାଯାଏ ଏହି ଚାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ। ଏହା ଥଣ୍ଡା କାଟିବା ସହ ହଜମ କ୍ରିୟାକୁ ମଧ୍ୟ ସହଜ କରେ। ହେଲେ ଆପଣ ଜାଣନ୍ତି, ସବୁ ସମୟରେ ଏହାକୁ ପିଇବା ଅନୁଚିତ୍। ଆବଶ୍ୟକତାରୁ ଅଧିକ ଅଦା ଚା’ ପିଇଲେ ଏହା ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ଏଥିଯୋଗୁ ଉପୁଜିବାକୁ ଥିବା ସମସ୍ୟାଗୁଡ଼ିକ ବିଷୟରେ।
୧) ଅତ୍ୟଧିକ ଅଦା ଚା’ ପିଇବାଦ୍ୱାରା ପେଟରେ ଅମ୍ଳ ସୃଷ୍ଟି ହୋଥାଏ। ଫଳରେ ଆପଣଙ୍କୁ ଏସିଡିଟି ସମସ୍ୟା ଭୋଗିବାକୁ ପଡ଼ିଥାଏ।୨) ରକ୍ତଚାପ ସମସ୍ୟା ଥିବା ଲୋକମାନେ ମଧ୍ୟ ଚା’ରେ ଅଦାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପକାଇ ପିଇବା ଉଚିତ୍। କାରଣ ଅଦା ରକ୍ତକୁ ପତଳା କରିଦେଇଥାଏ। ଏହାଫଳରେ ନିମ୍ନ ରକ୍ତଚାପ ରୋଗୀଙ୍କର ରକ୍ତଚାପ ଆହୁରି କମିଯାଏ।
୩) ଅଦା ଶରୀରରେ ଶର୍କରାର ମାତ୍ରାକୁ କମାଇ ଦେଇଥାଏ। ତେଣୁ ଯେଉଁମାନଙ୍କର ଲୋ-ସୁଗାର ସମସ୍ୟା ରହିଛି ସେମାନେ ଅଧିକ ଅଦା ଚା’ ନ ପିଇବା ଉଚିତ୍।୪) ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକମାନେ ମଧ୍ୟ ଅଧିକ ମାତ୍ରାରେ ଅଦା ଚା’ ପିଇବା ଅନୁଚିତ୍‌। କାରଣ ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ।
୫) ଗର୍ଭବତୀ ମହିଳାମାନେ ଅଧ କପରୁ ଅଧିକ ଚା’ ପିଇବା ଅନୁଚିତ୍। ଏହାଦ୍ୱାରା ସେମାନଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ ଓ ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇଥାଏ।

Powered by Froala Editor