ସାବଧାନ! ଏହି ସବୁ ଜିନିଷ ଖାଉଛନ୍ତିକି?

ସାବଧାନ! ଏହି ସବୁ ଜିନିଷ ଖାଉଛନ୍ତିକି?

ବିଶେଷ ଖବର

ଭୁବନେଶ୍ୱର: ସବୁଜ ପନିପରିବାରେ ଭରି ରହିଥାଏ ପୋଷକ ତତ୍ତ୍ୱ । ପରିବା ତରକାରି, ଭଜା ରାନ୍ଧିବାରେ ଅଧିକ ସମୟ ଲାଗେନାହେଁ । କିନ୍ତୁ ଲୋକେ ଅଳସୁଆ ହୋଇ ଘର ପରିବା ରୋଷେଇ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି ରେଷ୍ଟୁରାଣ୍ଟର ପ୍ୟାକେଟ ଖାଇବା ଓ ଫାଷ୍ଟଫୁଡ଼ । ଏହା ସହିତ ବଜାରରେ ମିଳୁଥିବା ଫ୍ରୋଜେନ ପ୍ୟାକେଟ କିଣିଆଣୁଛନ୍ତି ଲୋକେ ।

ବିଶେଷଜ୍ଞମାନେ ବାରମ୍ବାର ଏପ୍ୟାକେଟକୁ ବ୍ୟବହାର ନକରିବାକୁ ପରାମର୍ଶ ଦେଉଛନ୍ତି । ଏହା ସତ୍ତ୍ୱେ ମଧ୍ୟ ପ୍ୟାକେଟ ଖାଦ୍ୟର ବିକ୍ରି ଦିନକୁ ଦିନ ବଢ଼ିବାରେ ଲାଗିଛି । ସର୍ବେକ୍ଷଣ ଅନୁସାରେ, ୟୁରୋପ, ଆମେରିକା, ଅଷ୍ଟ୍ରେଲିଆରେ ୧୨%ରୁ ଅଧିକ ଲୋକ ପ୍ୟାକେଟ, ଫ୍ରୋଜନ୍ ଖାଦ୍ୟ ଖାଉଛନ୍ତି । ନିୟମିତ ପରେ ଏମିତି ଖାଇବା ଖାଇବା ଫଳରେ ସେମାନେ କର୍କଟ, ହୃଦଘାତ ପରି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଜଣାପଡ଼ିଛି । ଏଭଳି ପରିଣାମ ଦେଖି ସମସ୍ତେ ବର୍ତ୍ତମାନଠାରୁ ସଚେତନ ଓ ସତର୍କ ହୋଇ ରୁହନ୍ତୁ । 

Powered by Froala Editor