ବଦଳିଲା ‘ଆଦିପୁରୁଷ’ର ଲୁକ୍, ନୂଆ ଲୁକ୍‌ରେ ନଜର ଆସିବେ ରାବଣରେ ଭୂମିକାରେ ଥିବା ସୈଫ

ବଦଳିଲା ‘ଆଦିପୁରୁଷ’ର ଲୁକ୍, ନୂଆ ଲୁକ୍‌ରେ ନଜର ଆସିବେ ରାବଣରେ ଭୂମିକାରେ ଥିବା ସୈଫ

ବିଶେଷ ଖବର

ମୁମ୍ବାଇ: ଏଥର ବିନା ଦାଢ଼ିରେ ନଜର ଆସିବେ ସୈଫ ଅଲ୍ଲି ଖାନ୍। ବିବାଦ ପରେ ବଦଳିବ ଲୁକ୍। ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’ରେ ନୂଆ ଲୁକ୍‌ରେ ନଜର ଆସିବେ ରାବଣରେ ଭୂମିକାରେ ଥିବା ସୈଫ। ବିବାଦ ପରେ ନିର୍ଦ୍ଦେଶକ ଓମ୍ ରାଉତ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି।

ଫିଲ୍ମ ଆଦିପୁରୁଷ ରିଲିଜ ପୂର୍ବରୁ ହିଁ ବିବାଦରେ ଫସିଛି। ଟିଜର ରିଲିଜ ପରଠାରୁ ଫିଲ୍ମଟି ଚର୍ଚ୍ଚାରେ ରହିଛି। ଫିଲ୍ମର ଖରାପ ଭିଏଫ୍‌ଏକ୍ସ ଓ ବିଭିନ୍ନ ଚରିତ୍ରର ଗେଟ୍‌ଅପ୍‌କୁ ନେଇ ଚାରିଆଡୁ ବିରୋଧ ହୋଇଛି। ବିଶେଷ କରି ସୈଫ୍‌ଙ୍କ ଚରିତ୍ରକୁ ନେଇ ବେଶ୍ ସମାଲୋଚନା ହୋଇଥିଲା।

ରିପୋର୍ଟ ଅନୁଯାୟୀ ସବୁ ପରିବର୍ତ୍ତନ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଗତ ସପ୍ତାହରେ ମେକର୍ସ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇଥିବା ଘୋଷଣା କରିଥିଲେ। ପୂର୍ବରୁ ଏହା ୧୨ ଜାନୁଆରୀ ୨୦୨୩ ରେ ରିଲିଜ୍ ହେବାର ଥିଲା। ଏବେ ଏହାକୁ ୧୬ ଜୁନ୍‌କୁ ଘୁଞ୍ଚାଇ ଦିଆଯାଇଛି।

ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ର ଟିଜରରେ ନଜର ଆସିଥିବା ଭିଏଫଏକ୍ସକୁ ଲୋକେ ସୋସିଆଲ ମିଡିଆରେ ବେଶ୍ ସମାଲୋଚନା କରିଥିଲା। ଏହା ସହ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ତଥ୍ୟକୁ ଭୁଲ୍ ଭାବରେ ଉପସ୍ଥାପିତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଫିଲ୍ମର ଲିଡ୍ ରୋଲରେ ବାହୁବଳୀ ଫେମ୍ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ କ୍ରିତି ସାନନ ଅଛନ୍ତି। ସେହିପରି ସୈଫ ଅଲ୍ଲିଖାନ୍ ମଧ୍ୟ ଏଥିରେ ନଜର ଆସିବେ।

Powered by Froala Editor