ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତି ନେଇ ନାହିନ୍ତି : ଅବକାରୀ ମନ୍ତ୍ରୀ

ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତି ନେଇ ନାହିନ୍ତି : ଅବକାରୀ ମନ୍ତ୍ରୀ

ରାଜ୍ୟ ଖବର

ଭୁବନେଶ୍ବର : ଆଜି ବିଧାନସଭରେ ମଦ ବିକ୍ରି ପାଇଁ ପୁରସ୍କାର ପ୍ରସଙ୍ଗ ଆଲୋଚନା ହୋଇଛି । ଏନେଇ ସଫେଇ ରଖିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତି ନେଇ ନାହିନ୍ତି। ରାଜ୍ୟର ହିତ ପାଇଁ ସର୍ବଦା ଧ୍ୟାନ ରଖିଛନ୍ତି ରାଜ୍ୟ ସରକାର ବୋଲି ଯୁକ୍ତି ବାଢ଼ିଛନ୍ତି ନିରଞ୍ଜନ ପୂଜାରୀ । ବିଧାନସଭାରେ ମଦବିକ୍ରି ନେଇ ସରଗରମ ଆଲୋଚନା ହେଉଥିବାବେଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ, ମହିଳାଙ୍କ ଆବେଗକୁ ଲକ୍ଷ୍ୟରେ ରଖି ଅବକାରୀ ନୀତି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ହେବା ଦରକାର । ଏ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଅବକାରୀ ନୀତି ସମ୍ପର୍କରେ ନିଷ୍ପତି ନେବାକୁ ସେ ପରାମର୍ଶ ଦେଇଥିଲେ । ଜବାବରେ ମନ୍ତ୍ରୀ କହିଥିଲେ, ଏ ନେଇ ବିଚାର କରାଯିବ ।