ପୁଣି କଟକରୁ ଜବତ ହେଲା ନକଲି ଟାଟା ଟି

ପୁଣି କଟକରୁ ଜବତ ହେଲା ନକଲି ଟାଟା ଟି

ରାଜ୍ୟ ଖବର

ସାଲେପୁର: ରୂପାର ସହରରେ ଲାଗୁଛି କଳଙ୍କି । ଦିନକୁ ଦିନ କଟକରେ ବଢିଚାଲିଛି ନକଲି ଜିନିଷର କାରବାର । ନକଟରେ ନକଲି ତେଲ, ଘିଅ, ଡିଟରଜେଣ୍ଟଫ୍ୟାକ୍ଟ୍ରି,ମସଲା, ସସ୍ ଓ ଜର୍ଦ୍ଧା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଟାଟା ଚାହା ଜବତ କରିଛି ପୁଲିସ । ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଏସ କେ ରିଜବାନ ।

ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରର ଏକ ଭେରାଇଟି ଷ୍ଟୋରରେ ରିଜବାନ ନକଲି ଚାହା ବିକ୍ରୀ କରୁଥିବା  ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା ।  ଏହାନପରେ ଗତକାଲି  ନିଶ୍ଚିନ୍ତକୋଇଲି ପୁଲିସ ହଠାତ୍ ଦୋକାନ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବହୁ ସଂଖ୍ୟାରେ ଟାଟା ଚାହା ପ୍ୟାକେଟ ଜବତ କରିଥିଲା । ବର୍ତ୍ତମାନ ଏ ନକଲି ଟାଟା ଟି କାରବାରରେ କେଉଁମାନେ ଜଡିତ ରହିଛନ୍ତି, ସେ ନେଇ ପୋଲିସ ଖୋଳତାଡ କରୁଛି । 

Powered by Froala Editor