ପଦ୍ମପୁର ଉପନିର୍ବାଚନ ପାଇଁ ଆଜି  ନାମାଙ୍କନ ଯାଞ୍ଚ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଯାଞ୍ଚ

ରାଜ୍ୟ ଖବର


ବରଗଡ: ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ପଦ୍ମପୁର । ରାଜନୀତି ମଇଦାନ ସରଗରମ୍ ରହିଛି । ଗତକାଲି ହାଇଭୋଲଟେଜ୍ ଡ୍ରାମା ଭିତରେ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ସେମାନଙ୍କ ନାମାଙ୍କନ ଯାଞ୍ଚ ହେବ  । ସ୍ଥାନୀୟ ଚାଷୀ ସଂଗଠନର ଡାକରାକୁ ନେଇ ପ୍ରଥମ ୭ଦିନରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ଗତକାଲି ଶେଷ ଦିନରେ  ଦେଖିବାକୁ ମିଳିଥିଲା ଛକାପଞ୍ଝା  । ଗତକାଲି ଶେଷ ଦିନରେ ହିଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସମେତ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ  ।

ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅନ୍ୟ ରାଜନୀତିକ ଦଳ- ବିଜେଡି, କଂଗ୍ରେସ ଓ ପରେ ବିଜେପିର ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ କଂଗ୍ରସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଗତକାଲି ନାମାଙ୍କନ ଦାଖଲ କରିଥିଲେ   । ଆଜି ୧୧ଟା ସମୟରେ ଏହି ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଯାଞ୍ଚ କରାଯିବ   । ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି  ।

Powered by Froala Editor