ଭୁବନେଶ୍ୱର: ଦିନକୁ ଦିନ ସାପମାନଙ୍କ ପାଦଅଭାବ ବଢିବାରେ ଲାଗିଛି । ସାପ କାମୁଡିବା ଦ୍ୱାରା ଅକାଳରେ ଜୀବ ନ ଯାଉଛି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଧିକାଂଶ ଲୋକ ସାପ କାମୁଡାର ଶିକାର ହୋଇ ଅକାଳରେ ମୃତୁ୍ୟମୁଖରେ ପଡୁଛନ୍ତି । ଏହାର ଗୁରୁତ୍ୱକୁ ହୃଦବୋଧ କରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ୬ଜଣିଆ ସଦସ୍ୟଙ୍କୁ ନେଇ ଉଚ୍ଚ୍ତରୀୟ କମିଟି ଗଠନ କରିଛି ।
ଏହି କମିଟିରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ, ଏମ୍ସ ନିଦେ୍ର୍ଧଶକ, ଏସସିବି ପ୍ରତିନିଧି, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ, ବିଶ୍ୱବ୍ୟାଙ୍କ ପ୍ରତିନିଧି, ସ୍ନେକ ହେଲ୍ପ ଲାଇନ୍ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସାମିଲ ହୋଇଛନ୍ତି । ସାପ କାମୁଡାରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରିବା ସହିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏ ସମ୍ପର୍କରେ ଟ୍ରେନିଂ ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
ଏନେଇ ଜନ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଅଧିକାଂଶ ସାପ କାମୁଡା ଘଟଣା ବନ୍ୟା, ବାତ୍ୟା ପରେ ହେଉଛି । ହେଲେ ସେଥିମଧ୍ୟରୁ ପ୍ରାୟ ୩୦% ମୃତୁ୍ୟ ଛାନିଆ ବା ଭୟ ଯୋଗୁ ହେଉଛି । ସାପ କାମୁଡା ଲୋକେ ଚାଲିକି ଯିବା ଉଚିତ ନୁହେଁ, ସେମାନଙ୍କୁ ବୋହିକି ମେଡିକାଲ ନେବା କଥା । ଏସବୁ କଥା ଲୋକଙ୍କ ନିକଟରେ ପହଞ୍ଚାଇଲେ ବହୁ ଜୀବନ ବଂଚି ପାରିବ । ଏହାବାଦ ବିଭିନ୍ନ ଡାକ୍ତରଖାନାରେ ସାପ କାମୁଡା ଇଞ୍ଜେକସନ୍ ଉପଲବ୍ଧ କରାଇବା ଓ ତାହା କିପରି ରୋଗୀଙ୍କ ଉପରେ ପ୍ରୟୋଗ କରାଯିବ ସେ ନେଇ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ।
Powered by Froala Editor
