ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡିତ । ଏହାକୁ ସ୍ପର୍ଶ କଲେ ପାପକ୍ଷୟ ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଯେଉଁ ଭକ୍ତମାନେ ଆସନ୍ତି, ସେମାନେ ପ୍ରଥମେ ଗରୁଡ ସ୍ତମ୍ଭ ସ୍ପର୍ଶ ପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ଅନୁସାରେ ଭକ୍ତଙ୍କ ଦର୍ଶନ ଫଳରେ ଶ୍ରୀମନ୍ଦିର ଦୁର୍ବଳ ହେଉଛି । ଦିନକୁ ଦିନ ଗରୁଡ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି । ଭକ୍ତ କୋଳାଗ୍ରତ କରିବା ଫଳରେ ଗରୁଡ ସ୍ତମ୍ଭ ପତଳା ହେବାରେ ଲାଗିଛି । ଏହା ଗରୁଡ ସ୍ତମ୍ଭର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି ।
ଯଦି ଏହାର ସୁରକ୍ଷା କଥା ଚିନ୍ତା କରାଯାନଯାଏ, କେଉଁ ସମୟରେ କିଛି ବି ଅଘଟଣ ହେବାର ଆଶଙ୍କା ରହିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପୂର୍ବତନ ନିର୍ଦ୍ଦେଶକ ଏସ କେ ପଟେଲଙ୍କ କହିବା ଅନୁସାରେ ଗରୁଡ ସ୍ତମ୍ଭଟି ଚନ୍ଦନ କାଠର ଅଂଶରେ ନିର୍ମିତ । ତେଣୁ ଭକ୍ତଙ୍କ ପ୍ରତ୍ୟକ୍ଷ ସ୍ପର୍ଶରୁ ଗରୁଡ ସ୍ତମ୍ବକୁ ନିବୃତ୍ତ ରଖିବା ଆବଶ୍ୟକ । ଯେହେତୁ ଦିନକୁ ଗରୁଡ ସ୍ତମ୍ଭ ପତଳା ଓ ଦୁର୍ବଳ ହେବାରେ ଲାଗିଛି । ସେ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଗରୁଡ ସ୍ତମ୍ଭ ଚାରିପଟେ ରୂପା ଆଚ୍ଛାଦିତ କରିବାକୁ ଯୋଜନା କରିଛି ।
ସୂଚନା ଅନୁସାରେ , ଗରୁଡ ସ୍ତମ୍ଭର ଚତୁଃପାଶ୍ୱର୍କୁ ଏସ ଏସ ଷ୍ଟିଲ ଫ୍ରେମ୍ ଦ୍ୱାରା ଆଚ୍ଛାଦିତ କରାଯାିବ । ଏଥିପାଇଁ ଗରୁଡ ସ୍ତମ୍ଭ ମାନ ଅନୁଯାୟୀ ବୃତ୍ତାକାରର ଏକ ଫ୍ରେମ୍ ତିଆରି ହେବ । ଏହି ଫ୍ରେମ୍ ପ୍ରସ୍ତୁତ ପରେ ଏହା ଉପରେ ରୂପା ଆଚ୍ଛାଦିତ କରାଯିବ ଓ ସଂପୂର୍ଣ୍ଣ ଗରୁଡ ସ୍ତମ୍ଭକୁ ରୁପା ଦ୍ୱାରା ଆବଦ୍ଧ କରାଯିବ । ଏହି କାମ ପାଇଁ ୧କୋଟି ୩୦ଲକ୍ଷ ଟଙ୍କାର ପ୍ରାଥମିକ ଆକଳନ କରାଯାଇଛି । ପଶ୍ଚିମବଙ୍ଗର ଜଣେ ଭକ୍ତ ଏନ ଏନ ସିଂହ ଏହି ବାବଦ ଖଚ୍ଚ୍ର୍ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
Powered by Froala Editor
