୨ ସନ୍ତାନ ନୀତି ଆବେଦନ ଖାରଜ

୨ ସନ୍ତାନ ନୀତି ଆବେଦନ ଖାରଜ

ଜାତୀୟ ଖବର

ନୂଆଦିଲ୍ଲୀ : ଜସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ ଦୁଇ ସନ୍ତାନ ନୀତି ଆଣିବା ନିମନ୍ତେ ବିଚାର କରିବାକୁ ହୋଇଥିବା ଆବେଦନକୁ ଶୁଣାଣି ଲାଗି ସୁପ୍ରିମକୋର୍ଟ  ଶୁକ୍ରବାର ମନା କରିଛନ୍ତି । ଏହା ବିଚାର କରିବା ସରକାର କାମ ବୋଲି କହିଛନ୍ତି । ଜନ୍ମହାର ବୃଦ୍ଧି ସତ୍ତ୍ୱେ ଭାରତରେ ଜନସଂଖ୍ୟା  ସ୍ଥିର ଥିବା ନେଇ ସଦ୍ୟ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟକୁ ଦର୍ଶାଇ ଜଷ୍ଟିସ ଏସ.କେ କୌଲ ଏବଂ ଏ.ଏସ. ଓକା କହିଥିଲେ ଏପରି ପ୍ରସଙ୍ଗରେ ଅଦାଲତ ହସ୍ତ କ୍ଷେପ କରିବା ନୁହେଁ । ଜନସଂଖ୍ୟା ଗୋଟାଏ ଦିନରେ ରୋକା ଯାଇପାରିବ ନାହିଁ । ଏହା ଅନେକ ସାମାଜି ଓ ପାରିବାରିକ ପ୍ରସଙ୍ଗ ସହ ଯୋଡିତ  ।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦୁଇ ସନ୍ତାନ ନୀତି ଉପରେ ହୋଇଥିବା ଆବେଦନକୁ ଖାରଜ କରିଦେବା ପରେ ଆବେଦନକାରୀ ଆଶ୍ୱିନୀ କୁମାର ଉପାଧ୍ୟାୟ ଏବଂ ଅନ୍ୟମାନେ ଏହାକୁ ସୁପ୍ରିମକୋର୍ଟ ଚାଲେଞ୍ଜ କରିଥିଲା । ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଲ କମିଶନରଙ୍କ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ଆବେଦନକାରୀ ଉପାଧ୍ୟାୟ ପିଟିଶନରେ ଦର୍ଶାଇଥିଲେ । 

Powered by Froala Editor