ଭୁବନେଶ୍ୱର : ରାଜ୍ୟ ସରକାର ସାମାଜିକ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଶୀତକାଳୀନ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକକାଳୀନ ତିନିଶହ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।
ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୪କୋଟି ୬୨ଲକ୍ଷ ଟଙ୍କା ମଞ୍ଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍କରଣ ବିଭାଗ ସୂତ୍ରରୁ ଜଣାପଡିଛି । ସୂଚନାଥାଉ କି, ହିତାଧିକାରୀମାନଙ୍କୁ ୧୦୦ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହୟତା ପ୍ରଦାନ କରାଯାଇଥିଲା ।
Powered by Froala Editor
